ଜିଲ୍ଲା ବିଜେପି ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାର ଜାତୀୟ ରାଜପଥ ନଂ-କର ଗୋପସ୍ଥିତ କମଲ ଭବନଠାରେ ଜିଲ୍ଲା ବିଜେପି ପକ୍ଷରୁ ଅପରାହ୍ନ ୪ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୂବନେଶ୍ୱର ସାଂସଦୀୟ କ୍ଷତ୍ରର ପ୍ରଭାରୀ ଶ୍ରୀଯୁକ୍ତ ଭୁବନମୋହନ ଜେନାଙ୍କ ସଭାପତିତ୍ବରେ ଏବଂ ବିଜେପି ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାର ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦନ ସ୍ଥାନ ସଂରକ୍ଷଣ ଦେବା ପ୍ରସଂଗ ଏବଂ ଓଡିଶାର ଓବିସି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ସମ୍ବିଧାନ ସଂରକ୍ଷଣ ଅନୁଯାୟୀ ନିଯୁକ୍ତି ପ୍ରଦାନ ତଥା ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକୁ ଅନତ୍ର ମିଶ୍ରଣ ପ୍ରକ୍ରିୟା ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକୁ ଅଧିକ ପ୍ରଶ୍ରୟ ଏବଂ ଦିନକୁ ଦିନ ଶିକ୍ଷାର ମାନ ହାର୍ସ ପ୍ରଭୃର୍ତି ଅନେକ ଗୁଡିଏ ବିଷୟ ବସ୍ତୁ ଓ ପ୍ରସଙ୍ଗ ମାନଙ୍କୁ ନେଇ ଏକ ପ୍ରେସ୍ ବିବୃତ୍ତି ଜରୀଆରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାରଗେଟ୍ କରି ଗଣମାଧ୍ୟମକୁ ତାଙ୍କ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ କୃର୍ଷକ ମୋର୍ଚ୍ଚାର ସଭାପତିଙ୍କ ସମେତ ଡିଆରଡିଏର ଏକ୍ସ୍ ଚେୟାରମ୍ୟାନ ନଗେନ୍ଦ୍ର ବାବୁ, ହେମନ୍ତ ପରିଡା,କରୁଣାକର ସାହୁ, ଗଗନ ବିହାରୀ ସାହୁ, ଶୁଧିର ପରିଡା, ଆଇନଜିବୀ ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଦେବାଶିଷ ଦାସ ଏବଂ ପରି ବାବୁ ପ୍ରମୂଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସିଧା ସଳଖ ଦେଖିବା ବା ଶୁଣିବା ଗଣମାଧ୍ୟମ ଆଗରେ କଣ ଓ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ଜିଲ୍ଲା ଓ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଜେନା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here