ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ସଦର ଥାନାରେ ଅଭିଯୋଗ

ଆଜି କେନ୍ଦ୍ରାପଡା ବ୍ଲକ୍ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାକୁ ରାଜା ସରକାର ହଡପ୍ କରିବା ଓ ନିଜ ନାମରେ ବିଜୁ ପକାଘର ଦର୍ଶାଇ ଷ୍ଟିକରିଂଗ୍ କରିବା ଏବଂ ହଜାର ହଜାର ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ବୋଲି ପ୍ରଚାର ଓ ପ୍ରସାର କରିବା ଅଭିଯୋଗରେ ଶତାଧିକ ବିଜେପି କର୍ମୀମାନେ କେନ୍ଦ୍ରାପଡା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ସଦର ଥାନାରେ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣି ଏତଲା ଦାୟର କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଚାଲନ୍ତୁ ସିଧାସଳଖ ଶୁଣିବା ଗଣମାଧ୍ୟମ ଆଗରେ କଣ ଏବଂ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ବିକ୍ଷୋଭ କାରୀଙ୍କ ସମେତ ଜିଲ୍ଲା ବିଜେପି ନେତାମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here