ଶିକ୍ଷକ ସେକ୍ ଅବଦୁଲ୍ ସାବୀରଙ୍କ ହୃଦଘାତରେ ବିୟୋଗ :କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ରଣପଡା ନିକଟସ୍ଥ ଜୟପୁରା ଗ୍ରାମର ସେକ୍ ଅବଦୁଲ୍ କାଦିରଙ୍କ ପୁଅ ଶିକ୍ଷକ ସେକ୍ ଅବଦୁଲ୍ ସାବୀର(୫୧) ବର୍ଷ ବୟସରେ ହଠାତ ତାଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି । ସେ କେନ୍ଦ୍ରାପଡ଼ା ହାଇସ୍କୁଲ୍ ପଛପଟ ବା ସୋନାଲିକା ଟ୍ରାକ୍ଟର ସୋରୁମ୍ ପଛପଟରେ ଥିବା ଖେଳପଡିଆରେ ସକାଳ ୮ଘଟିକା ସମୟରେ ବ୍ୟାଡମିଣ୍ଟନ୍ ଖେଳୁଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ସେହି ସ୍ଥାନରେ ଚେତାଶୂନ୍ୟ ହୋଇ ପଡିଥିଲେ ।ସଂଗେ ସଂଗେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ହୃଦଘାତ ଜନିତ ମୃର୍ତ ଘୋଷଣା କରିବା ପରେ ତାଙ୍କ ପ୍ରାର୍ଥୀବ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ବିୟୋଗ ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ବିଇଓ ଓ ଅନ୍ୟାନ୍ଯ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସମେତ ଶିକ୍ଷାବିଭାଗର ପଦାଧିକାରୀ ମାନେ ତାଙ୍କ ଜୟପୁରାସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଅପରାହ୍ନ ୨ଘଟିକା ସମୟରେ ନିକଟସ୍ଥ ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶବ ସଂସକାର କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।


କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here