ପତ୍ନୀକୁ ହତ୍ଯା କରି ପୋତି ଦେଲା ସ୍ବାମୀ :ସୁନ୍ଦରଗଡ଼

ସ୍ଵାମୀର ଅତ୍ୟାଚାରରେ ଆଉ ଏକ ମହିଳା ହତ୍ୟାର ଶିକାର । ଚାରି ଦିନ ପରେ ଗଳିତ ଶବ ଉଦ୍ଧାର । ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି ସବଡେଗା ଗ୍ରାମରେ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସଵଡେଗା ପୋଷ୍ଟ ଅଫିସ ପଡା ଖଏରୁ ନାଏକଙ୍କ ଘର ବାଡିପଟ ମାଟିତଳୁ ମହିଳାଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ଶଵଟି ଖଏରୁର ପତ୍ନୀ ଶକୁନ୍ତଳାଙ୍କ ବୋଲି ଜଣିପଡିଛି। ୪ ଦିନ ତଳେ କୌଣସି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ଯା କରି ବାଡି ପଟେ ପୋତି ଦେଇଥିଲା। ପଡୋଶୀଙ୍କ ପାଖରେ ଶକୁନ୍ତଳା ଦୂର ଗାଁ ସମ୍ପର୍କୀୟଙ୍କ ଘରକୁ ଯାଇଛି କହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଆଜି ପୋତା ଶଵର ଗନ୍ଧ ହେଵାରୁ ଲୋକେ ସନ୍ଦେହ କରି ତଳସରା ପୋଲିଶକୁ ଖବର ଦେଇଥିଲେ। ପୋଲିଶ ଆସି ମାଟିତଳୁ ଶଵ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଵା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ହତ୍ଯାକାଣ୍ଡରେ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ପୋଲିଶ ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here