କୋଭିଡ ଓ ପୋଲିଓ ଟୀକା କରଣ ବୈଠକ : ଜଗତସିଂହପୁର

ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ର ଓସ୍ଵାନ ଭିସି ଗୃହ ଠାରେ ଜିଲ୍ଲା ସ୍ତରୀୟ କୋଭିଡ-19 ଓ ପଲସ ପୋଲିଓ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଓ ରୁଟିନ ଇମ୍ୟୁନାଇଜେସନ ଟାସ୍କ ଫୋର୍ସ ବୈଠକ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲାପାଳ ସରୋଜକୁମାର ମିଶ୍ର ଅଧ୍ୟକ୍ଷତା କରିବା ସହ କୋଭିଡ-19 ଟୀକାକରଣ ନିମନ୍ତେ ପ୍ରସ୍ତୁତ ଡାଟା ବେଶ ଉପରେ ବ୍ଳକ ୱରି ସମୀକ୍ଷା କରିଥିଲେ।ଜିଲାପାଳ ଟାସ୍କ ଫୋର୍ସ ବୈଠକର ବିବରଣୀ, ଫୋଟୋ ଗ୍ରାଫ ଜିଲ୍ଲାସ୍ତରକୁ ପଠାଇବା କୁ ବିଡ଼ିଓ ମାନଙ୍କୁ ନିର୍ଦେଶ ଦେଇଥିଲେ।ଜାନୁଆରୀ 17,18,19 ତାରିଖରେ ହେବାକୁ ଥିବା ପଲସ ପୋଲିଓ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ରହିଲେ ଏହା ସତ ପ୍ରତିଶତ ସଫଳତା ଲାଭ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ରେ କୋୖଣସି ଶିଶୁ ବାଦ ନପଡ଼ନ୍ତି ସେଥିପ୍ରତି ମେଡିକାଲ ଅଫିସର ମାନେ ଦାୟିତ୍ୱ ନିର୍ବାହ କରିବେ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼. ବିଜୟା ପଣ୍ଡା ଯୋଗଦେଇ ସ୍ୱାଗତ ଭାଷଣ ଦେବା ସହିତ ଟୀକାକରଣ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ବୈଠକରେ ଏଡିଏମ ଓ ଡ଼. ପ୍ରମୋଦ ବାରିକ,ଡ଼. ଶତ୍ରୁଘ୍ନ ଦାସ, ଡ଼. କ୍ଷେତ୍ରବାସୀ ଦାସ,ଡ଼. ବସନ୍ତ ବାରିକ,ଡିପିଏମ ଚକ୍ରଧର ଜେନା,ସମେତ ସମସ୍ତ ବିଡ଼ିଓ, ବିପିଏମ, ପିଏଚୟୁ,ଜିଲ୍ଲା ସ୍ତରୀୟ କର୍ମଚାରୀ, ଏନ ଏଚ ଏମ୍ କର୍ମଚାରୀ ଉପସ୍ଥିତ ଥିଲେ।ଶେଷରେ ଉପରିଚାଳକ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here