ପଟ୍ଟାମୁଣ୍ଡାଇରେ ଖୋଲିଲା ୧୪ଟି ଧାନମଣ୍ଡି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଧାନମଣ୍ଡି ଖୋଲିବା ରେ ବିଳମ୍ବ ହେଉଥିବା ନେଇ ଚାଷୀମାନେ ଅଭାବୀ ଧାନ ବିକ୍ରୀ ନେଇ ନାନା ହଇରାଣ ହରକତ ହେଉଥିଲେ। ଧାନମଣ୍ଡି ଖୋଲିବା ପାଇଁ ଚାଷୀମାନେ ଦାବିକରି ଆସୁଥିଲେ।ଏହି ଦାବିକୁ ବିଚାର କରି ରାଜ୍ୟ ସରକାରଙ୍କ ଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇରେ ଧାନ ମଣ୍ଡି ଖୋଲା ଯାଇଛି। ପଟ୍ଟାମୁଣ୍ଡାଇ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ନିରୋଦ ନାୟକ ଓ ସୁପରଭାଇଜର ବିଶ୍ବପ୍ରକାଶ ସାମଲ ଙ୍କ ସମେତ ବିଭିନ୍ନ ପ୍ରଥମିକ କୃଷି ସମବାୟ ସମିତି ସମ୍ପାଦକ ମାନେ ଧାନମଣ୍ଡି ଉଦଘାଟନ କରିଛନ୍ତି।ପେଣ୍ଠପାଳ କୃଷି ସମବାୟ ସମିତିରେ ସମ୍ପାଦକ ରଞ୍ଜନୀ କାନ୍ତ ମହାନ୍ତିଙ୍କ ସମେତ ସଭାପତି ଶ୍ରୀକାନ୍ତ ସାମଲ,ବରିଷ୍ଠ ସଭ୍ୟ ଧନେଶ୍ୱର ପ୍ରଧାନ, ଧରଣୀଧର ବିଶ୍ବାଳ,ଶଶାଙ୍କ ଶେଖର ବିଶ୍ବାଳ,କୈଳାସ ଚନ୍ଦ୍ର ସେଠି, ବିରକିଶୋର ସେଠି,ଭାବଗ୍ରାହୀ ଦାସଙ୍କ ସମେତ ବହୁ କୃଷକ ଉପସ୍ଥିତ ଥିଲେ।

ସେହିପରିଚନ୍ଦନନଗର,ଡାମରପୁର,ଓଉପଦା,ସାନଜରିଆ,ତୋରୋହି,ଖଡିଅଣ୍ଟା,ସଂସାରଫଳ,ଅଳଭା,କଷଣଅଣ୍ଟା,ବଡମୂଳବସନ୍ତ,ଶ୍ୟାମସୁନ୍ଦରପୁର,ନରସିଂହପୁର,ବଡପଡା ୧୪ ଟି ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲାଯାଇଛି। ପ୍ରାୟ ୩ ହଜାର ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବା ବେଳେ ଧାନ କିଣିବାକୁ ଅପେକ୍ଷା କରାଯାଇଛି ବୋଲି କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ନାୟକ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here