ଭାଜପା ର ବ୍ଲକ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ନାଁ ରେ ଏତଲା :ସୁନ୍ଦରଗଡ଼

ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଧୀରେନ ସେନାପତିଙ୍କ ନେତୃତ୍ଵରେ ଶହ ଶହ ଭାଜପା କର୍ମୀ ଆସି କୁଆଁରମୁଣ୍ଡା ବ୍ଲକ ଘେରାଉ କରିଥିଲେ l ଏ ବାବଦରେ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଆଜି ଘେରାଉର ଦାବି ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲେଖି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଉଛି । ତେବେ ଭାଜପାର ଦାବି ଥିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ଅଲଗା କରି ବିଜୁପକ୍କା ଘରକୁ ଅଲଗା କରାଯାଉ l ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ରାଜ୍ୟ ସରକାରଙ୍କ ଅର୍ଥ ଖର୍ଚ୍ଚ ହୋଇଛି ତେବେ ଉକ୍ତ ପୋଷ୍ଟର ଗୁଡିକରେ ସ୍ଵଚ୍ଛ ଏବଂ ନିର୍ମଳ ଭବରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ନାମ ଲେଖାଯିବା ସହ ଉଭୟଙ୍କ ଫଟୋ ଲଗାଯାଉ ଏବଂ ଏହି ପୋଷ୍ଟର ଗୁଡିକ ବ୍ଲକର ବିଭିନ୍ନ ଅଞ୍ଚଳରେ ବଣ୍ଟାଯାଉ I ଭାଜପା ଆଜି ବ୍ଲକ ଅଞ୍ଚଳରେ ଥିବା ଯେଉଁ ପୋଷ୍ଟର ଗୁଡିକ ଫାଡିଥିଲା ସେଥିରେ ଛୋଟ ଛୋଟ ଅକ୍ଷରରେ ପ୍ର ଆ ଯୋ ଲେଖା ଯାଇଥିବା ବେଳେ ବିଜୁ ପକ୍କାଘର ବଡ ବଡ ଅକ୍ଷରରେ ଲେଖା ଯାଇ ବିଜୁ ବାବୁଙ୍କ ଫଟୋ ରହିଥିଲା l ଏ ବାବଦରେ ଏଭଳି ଭୁଲର ପୁନରାବୃତ୍ତି ନ ହେବା ପାଇଁ ଭାଜପା ତରଫରୁ କୁଆଁରମୁଣ୍ଡା ବ୍ଲକ ବିଡ଼ିଓଙ୍କୁ ଦାଗିଦ କରିଥିଲେ । ତତ ସହିତ ଏଭଳି କାର୍ଯ୍ୟ ପାଇଁ କୁଆଁରମୁଣ୍ଡା ଫାଣ୍ଡିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ୪୨୦ ମାମଲାରେ ଏତଲା ଦିଆଯାଇଥିବା ବିଷୟରେ ମତବ୍ୟକ୍ତ କରିଛନ୍ତି ଶ୍ରୀ ସେନାପତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here