ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଖଣ୍ଡାଧାର ଜଳପ୍ରପାତ :ସୁନ୍ଦରଗଡ଼

ଓଡିଶା ପର୍ଯ୍ୟଟନ ର ଅନ୍ୟତମ କିର୍ତ୍ତୀ ହେଉଛି ଖଣ୍ଡାଧାର ଜଳପ୍ରପାତ। ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରପାତ କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ବନ୍ଦ ହୋଇଥିଲା ପର୍ଯ୍ୟଟକ ମାନଙ୍କ ପାଇଁ। ଗତକାଲି ବଣାଇଁ ବନଖଣ୍ଡ ଅଧିକାରୀଙ୍କ ସୂଚନା ମୁତାବକ ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି ଜଳପ୍ରପାତ ପରିସର। ଆଜି ସକାଳେ ସ୍ଥାନୀୟ ରେଞ୍ଜର ମୁକ୍ତିକାନ୍ତ ପରିଡାଙ୍କ ଉପସ୍ଥିତିରେ କରୋନା କଟକଣା ନିୟମକୁ ରକ୍ଷା କରି ପ୍ରପାତ ପରିସରକୁ ଖୋଲା ଯାଇଛି। ସବୁଠାରୁ ପ୍ରଥମେ ଆସିଥିବା ପର୍ଯ୍ୟଟକଙ୍କ କରକମଳ ଦ୍ଵାରା ଫିତା କାଟି ଜଳପ୍ରପାତ ଗେଟ ଖୋଲା ଯାଇଥିଲା।
କରୋନାକୁ ଆଖି ଆଗରେ ରଖି ଗେଟ୍ ସମ୍ମୁଖରେ ସାନିଟାଇଜର ଡିସ୍ପେନ୍ସର୍ ରଖା ଯାଇଛି, ମାସ୍କ ବାଧ୍ୟତାମୂଳକ କରାଯାଇଛି, ଭୋଜି କରିବାକୁ ମନା କରାଯାଇଛି, ପଲିଥିନ୍ ବ୍ୟବହାରକୁ ମଧ୍ୟ ବାରଣ କରାଯାଇଅଛି। ଖଣ୍ଡାଧାର ଜଳପ୍ରପାତ ପୁନର୍ବାର ଖୋଲିବା ଖବର ପାଇ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକ ମହଲରେ ଖୁସିର ଲହରି ଖେଳି ଯାଇଛି। କେବଳ ସେତିକି ନୁହଁ ଜଳପ୍ରପାତକୁ ଯିବା ରାସ୍ତାରେ ଥିବା ଉଠା ଦୋକାନୀ ମାନଙ୍କ ପାଇଁ ମଧ୍ୟ ବେପାରର ମାଧ୍ୟମ ପୁନଃ ଖୋଲିଛି। ଅନେକ ବେପାରୀ ଯାହାଙ୍କ ବେପାର ଠପ୍ ହୋଇ ଯାଇଥିଲା ସେମାନଙ୍କ ପାଇଁ ପୁନଃ ଆଶା ଉଜ୍ଜିବିତ ହୋଇଛି ଏବଂ ଜଳପ୍ରପାତ ଖୋଲିବା ଖବର ଶୁଣି ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସତରେ ବଣାଇଁ ଅଞ୍ଚଳବାସୀ ଙ୍କ ପାଇଁ ଏହା ଏକ ଖୁସିର ଖବର।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here