ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ସଚେତନତା ରଥ ପରିକ୍ରମର ଶୁଭାରମ୍ଭ

ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ 2020/21ନିମନ୍ତେ ଏକ କୃଷକ ସଚେତନତା ରଥ ପରିକ୍ରମା ର ଶୁଭାରମ୍ଭ ହୋଇଛି।ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଙ୍କ ସଭାପତିତ୍ୱ ରେ ନିୟନ୍ତ୍ରିତ ବଜାର କମିଟି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାରକମିଟି ଅଧକ୍ଷ ଧର୍ମେନ୍ଦ୍ର କୁମାର ମଲ୍ଲିକ, ସଂମ୍ମାନୀୟ ଅତିଥିଭାବେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ପ୍ରଫୁଲ୍ଲ କୁମାର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ କୃଷକ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥ ଚାଷୀଭାଇ ମାନଙ୍କୁ ଖରିଫ ଧାନ ସଂଗ୍ରହ 2020/21 ଧାନର ବିକ୍ରୟ ନିମନ୍ତେ ସୂଚନା ପ୍ରଦାନ କରିବ।ଚାଷିଭାଇ ମାନେ ଶୁଖିଲା ଓ ସଫା ଧାନ ବିକ୍ରୟ ନିମନ୍ତେ ବିକ୍ରୟ କେନ୍ଦ୍ରକୁ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ଉଚିତ ସହାୟକ ମୁଲ୍ୟ ସମ୍ପର୍କରେ ସଚେତନତା କରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ କୁ ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ସନ୍ଦୀପ ପାତ୍ର, ଅଭୟ ମହାନ୍ତି, ନିରୋଧ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here