ତୁଳସୀ ସାହିତ୍ୟ ସଂସଦର ବାର୍ଷିକ ଆସର : ଜଗତସିଂହପୁର

ଜଗତସିଂହପୁର ବ୍ଲକ ଅଧିନସ୍ଥ କାଦୁଅପଡାସ୍ଥିତ ଗାଦିଵ୍ରହ୍ମ ବିଦ୍ୟାପୀଠ ପରିସରରେ ତୁଳସୀ ସାହିତ୍ୟ ସଂସଦ, କାଦୁଅପଡାର ଦ୍ଵିତୀୟ ବାର୍ଷିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଆସରର ପ୍ରଥମ ପର୍ଯ୍ୟାୟରେ ସଂସଦର ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ୍ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରିୟନାଥ ରାୟ ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶରତ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ କବି ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ଅଧ୍ୟାପକ ଭଗବାନ ଦାଶ, ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଦାସ, ଶିକ୍ଷକ ନଗେନ୍ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ସାହିତ୍ୟ ଅନୁଷ୍ଠାନ ସୃଷ୍ଟି କରି ଛାତ୍ରାବସ୍ଥାରୁ ପିଲାମାନଙ୍କୁ ସାହିତ୍ୟମନସ୍କ କରିବା ଉପରେ ଅତିଥି ମାନେ ଗୁରୁତ୍ବ ଆରୋପ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ତୁଳସୀ ଗାଦିଵ୍ରହ୍ମଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଆସର ଆରମ୍ଭ ହୋଇଥିଲା । କଵି ବିଭୂତି ଭୂଷଣ ପରିଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂସଦର ଉପସଭାପତି ଶିକ୍ଷକ ତୁଳସୀ ପ୍ରସାଦ ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଶିକ୍ଷକ ଶିଶିର କୁମାର ତ୍ରିପାଠୀ ସଂସଦର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସତ୍ୟବତୀ ସ୍ବାଇଁଙ୍କୁ “ତୁଳସୀ ଗଳ୍ପ ସମ୍ମାନ”, କୃଷ୍ଣଚନ୍ଦ୍ର ନନ୍ଦ ଓ ଶରତ କୁମାର ରାଉତରାୟଙ୍କୁ “ତୁଳସୀ କବିତା ସମ୍ମାନ”, ଡଃ ତୃପ୍ତି ରଞ୍ଜନ ଦାସଙ୍କୁ “ତୁଳସୀ ଯୁଵ ସାହିତ୍ୟିକ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଆରୋଗ୍ୟ କାମନା କରି ୫୧ ଟି ଦୀପ ଦାନ କରାଯାଇଥିଲା । ଆସରର ଦ୍ବିତୀୟ ପର୍ଯ୍ୟାୟରେ କଵି ମନୋଜ କୁମାର ଆଚାର୍ଯ୍ୟ ଓ ଅଶୋକ କୁମାର ମୁଦୁଲିଙ୍କ ସଂଯୋଜନାରେ ୩୬ ଜଣ କଵି, କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ସମସ୍ତ କବି ମାନଙ୍କୁ ମାନପତ୍ର ଓ ଭଗଵତ୍ ଗୀତା ପ୍ରଦାନ କରାଯାଇଥିଲା । ପରିଶେଷରେ ସଂସଦର ଯୁଗ୍ମ ସମ୍ପାଦକ ଆଇନଜୀବି ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅରୁନ୍ଧତୀ ସେନାପତି ବିଷ୍ଣୁ ଚରଣ ପରିଡା,ବ୍ରଜେନ୍ଦ୍ର ଭଟ୍ଟ ଓ ଦୀପକ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ଜଗତସିଂହପୁର ର ଜିଲା ପ୍ରତିନିଧି ପ୍ରଫୂଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here