ଶ୍ରୀ ଗୁରୁ ସ୍ୱାସ୍ଥ୍ୟକେନ୍ଦ୍ର ଟ୍ରଷ୍ଟ ର ଗୁରୁତ୍ୱପୂର୍ଣ୍ଣ ବୈଠକ :ଜଗତସିଂହପୁର

ଜଗତସିଂହପୁର ବ୍ଲକ ଅଧିନ ତୁମ୍ବା ଅଣ୍ଡେଇସାହି ପଂଚାୟତ ର ପୁରୁଷୋତ୍ତମ ପୁର ଗ୍ରାମରେ ଥିବା ଶ୍ରୀ ଗୁରୁ ସ୍ୱାସ୍ଥ୍ୟକେନ୍ଦ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଟ୍ରଷ୍ଟର ମୁଖ୍ୟ ତଥା ଶ୍ରୀଗୁର ସ୍ୱାସ୍ଥ୍ୟକେନ୍ଦ୍ର ର ପ୍ରତିଷ୍ଠାତା ଡ଼. ସଦାଶିବ ରାୟ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟର ସଭ୍ୟ ଘନଶ୍ୟାମ କର,ବଂଶୀଧର ଆଚାର୍ଯ୍ୟ ପ୍ରମୂଖ ଯୋଗଦେଇ କହିଥିଲେ, ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଗକୁ ନେବାକୁ ହେଲେ ସମସ୍ତଙ୍କର ପ୍ରୟାସ ଦରକାର।ଡ଼. ସଦାଶିବ ରାୟ ଅଧକ୍ଷତା କରି କହିଥିଲେ ଆଜି ପର୍ଯ୍ୟନ୍ତ ମୋର ପେନସନ ଟଙ୍କାରେ କିଞ୍ଚିତ ଔଷଧ କୁ ନେଇ ଅଞ୍ଚଳ ଵାସୀଙ୍କ ରୋଗୀସେବା ଚାଲିଛି।ଏହି କେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ଓ ଆନୁସଙ୍ଗିକ ଯନ୍ତ୍ରପାତି ସହିତ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ରଖିବାକୁ ହେଲେ ଅର୍ଥ ଦରକାର।ତେଣୁ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ପରାମର୍ଶ କ୍ରମେ କିଛି କର୍ପସ ଫଣ୍ଡ କରାଯିବାକୁ ମତପ୍ରକାଶ ପାଇଛି।ସରକାରୀ ସ୍ତରରେ ମଧ୍ୟ ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କରାଯିବାକୁ ଟ୍ରଷ୍ଟ ପକ୍ଷରୁ ଦାବି ହୋଇଛି।ସୂଚନା ଅନୁସାରେ ଆଜିକୁ 11ବର୍ଷ ଧରି ଶ୍ରୀ ଗୁରୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଫୁଲ୍ଲ ପଠାଗାର ପରିସରରେ ବିଭିନ୍ନ ପଂଚାୟତର ସାଧାରଣ ଲୋକମାନକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲା।ପରବର୍ତ୍ତୀ ସମୟରେ ସାଂସଦ ପାଣ୍ଠିରୁ ନିଜସ୍ୱ ଗୃହ ନିର୍ମାଣ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।ଦୀର୍ଘ 18ବର୍ଷ ମଧ୍ୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଜିଲା ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରିଛି। ଶ୍ରୀ ଗୁର ସ୍ୱାସ୍ଥ୍ୟକେନ୍ଦ୍ର କୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ଅଂଚଳବାସୀକୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଆଲୋଚନା କରାଯାଇଥିଲା ।ଶ୍ରୀ ଗୁରୁ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତିଷ୍ଠାତା ଡ଼.ସଦାଶିବ ରାୟ ମଧ୍ୟ ଏହି କେନ୍ଦ୍ରକୁ ସରକାର ନିଜ ଅଧୀନକୁ ନେଇ ସ୍ୱାସ୍ଥ୍ୟ ସେବା ଜାରି ରଖିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here