ଦୁଃଖ ଜର୍ଜରିତ ରେ ବିତୁଛି ଜୀବନ ,ସହାୟତା ଅପେକ୍ଷା ରେ ପରିବାର,ପାଞ୍ଚ ବର୍ଷ ପରେଆପେ ଆପେ ହେଇଯାଉଛନ୍ତି ଦିବ୍ୟାଙ୍ଗ : ପୁରୀ

ଭାଗ୍ୟ ର ବିଡମ୍ବନା ନା ଅଘଟଣ ।ପାଞ୍ଚ ବର୍ଷ ହେଲେ ଆପେ ଆପେ ହୋଇଯାଉଛନ୍ତି ଦିବ୍ୟାଙ୍ଗ ।ରୋଗ ଚିହିଁ ପାରୁନାହାନ୍ତି ଡ଼କ୍ଟର ।ସେ କୋଣସି କାରଣ ରୁ ହେଉ ଅବା କିଛି ଅଘଟଣ ।ସୁସ୍ଥ ହୋଇ ଜନ୍ମ ହେବାର ପାଞ୍ଚ ବର୍ଷ ପରେ ପିଲାହୋଇଯାଉଛନ୍ତି ଦିବ୍ୟାଙ୍ଗ ।ପିତା ବିଜୟ ବିଭିନ୍ନ ମେଡିକାଲ ବୁଲି ବୁଲି ହାରସ ହୋଇଗଲଣି ।ଡାକ୍ତର ବି ଜାଣି ପାରୁନାହାନ୍ତି ।ବାପା ମା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି କିଛି ବି ସୁଫଳ ମିଳୁନି ।କିଏ କହୁଛି ଜାଗାରଅଛି ବାସ୍ତୁ ଦୋଷ ଆଉ କିଏ କହୁଛି ଗୁଣି ଗାରେଡି ।ହେଲେ ଜନ୍ମ କଲା ପିତା ମାତା କଷ୍ଟ ନକହିଲେ ଭଲ ।ଦୁଃଖ ଉପରେ ଦୁଃଖ ଲାଗି ଯାଇଛି ।ବାପା ବିଜୟ ନିଜ ପରିବାର ଚଳାଇବା ପାଇଁ ନିଜେ ମୂଲ ଲାଗିବା କୁ ଗଲା ପରେ ମା ସହୁଛନ୍ତି ବିକଳାଙ୍ଗ ପିଲା ଙ୍କ ଦୁଃଖ ।ଏଭଳି ଅନିଶ୍ଚିତ ର ଭାଗ୍ୟ ନେଇ ଜୀବନ ବିତାଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ଗ୍ରାମର ବିଜୟ ସ୍ୱାଇଁ ଙ୍କ ପରିବାର ।ଗୋଟିଏ ପୁଅ ଓ ଦୁଇ ଝିଅ ଙ୍କ ସହ ସ୍ୱାମୀ ,ସ୍ତ୍ରୀ ଙ୍କୁ ନେଇ ପାଞ୍ଚ ପ୍ରାଣୀ କୁଟୁମ୍ଭ ।ବିଜୟ କିଛି ଦିନତଳେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରି ପରିବାର ପ୍ରତିପୋଷଣ କରୁଥିଲେ ।ପୁଅ ଶିବୁନା ର ଜନ୍ମ ପରେ ଘରେ ଖୁସି ଦୁଇ ଗୁଣା ହୋଇଗଲା ।ଅତି ସ୍ନେହ ଯତ୍ନ ରେ ପୁଅ କୁ ବଢ଼ାଇଲେ ପିତା ବିଜୟ ଓ ମାତା ନର୍ମଦା ।


ହେଲେ ହଟାତ ମାଡି ଆସିଲା ଦୁଃଖ ର କଳା ପାହାଡ଼ ।ଯେମିତି କାହାର ନଜର ଲାଗିଗଲା ଏହି ଖୁସି ପରିବାର ଉପରେ ।ଦିନେ ଚାରି ବର୍ଷ ର ପୁଅ ଶିବୁନା କୁ ମା ନର୍ମଦା ଅଙ୍ଗନବାଡି କେନ୍ଦ୍ର କୁ ପାଠ ପଢାଇବାକୁ ନେଇ ଯାଉଥିବା ବେଳେ ହଟାତ ସେ ଚେତା ଶୂନ୍ୟ ହୋଇପଡିଲା ।
ପୁଅର ଦେହ ଖରାପ ଖବର ପାଇଁ ଯେଉଁଠି କାମ କରୁଥିଲେ ସେଠୁ ଧାଇଁ ଆସିଲେ ବିଜୟ ।ବିଭିନ୍ନ ମେଡିକାଲ କୁ ନେଇ ଚିକିତ୍ସା ମଧ୍ୟ୍ୟ କରାଇଲେ ।ହେଲେ ସୁସ୍ଥ ହେବା ପରିବର୍ତ୍ତେ ପୁଅ ଶିବୁନା ଆସ୍ତେ ଆସ୍ତେ ଗୋଡ ବିକଳାଙ୍ଗ ହେବା ସହ ସମ୍ପୂର୍ଣ ହୋଇଗଲେ ଭିନ୍ନକ୍ଷମ।
କିଛି ଦିନପରେ ବିଜୟ ଙ୍କର ଆଉ ଏକ ଝିଅ ଜନ୍ମହେଲା ବିଜୟ ପୁଅ ଅବସ୍ଥା କୁ ଦେଖି ଝିଅ ସିଆଲି କୁ ଅତି ସତର୍କ ରେ ଲାଳନ ପାଳନ କଲେ ,ଝିଅ ଟି ଯେପରିପୁଅ ପରି ଅସୁସ୍ଥ ନ ହେଉ ସେଥିପାଇଁ ପିତା ,ମାତା ଚେଷ୍ଟା କଲେ ।କିନ୍ତୁ ଝିଅ କୁ ଠିକୀ ପାଞ୍ଚ ବର୍ଷ ବୟସ ହେବା ବେଳକୁ ପୁଅ ପରି ଝିଅ ର ମଧ୍ୟ୍ୟ ଚିକିତ୍ସା କରାଗଲା ,ହେଲେ କିଛି ସୁଫଳ ହେଲା ନାହିଁ ।ମେଡିକାଲ ଗଲେ ତାହା ପରେ ବିଭିନ୍ନ ଦେବାଳୟ ,ଗୁଣିଆ ଦୁଆର କୁ ମଧ୍ୟ୍ୟ ଗଲେ ,ଧୀରେ ଧୀରେ ପୁଅ ପରି ଝିଅ ଟି ମଧ୍ୟ୍ୟ ସମ୍ପୂର୍ଣ ଭିନ୍ନକ୍ଷମ ହୋଇଗଲା ।ଏ ପଟେ ପିଲା ଙ୍କ ଚିକିତ୍ସା କରୁକରୁ ଯେଉଁଠି ରହି ରୋଜଗାର କରୁଥିଲେ ତାକୁ ହରାଇ ବସିଲେ ବିଜୟ ।ଆସ୍ତେ ଆସ୍ତେ ଦୁଃଖ ଭିତରକୁ ଠେଲି ହୋଇଗଲେ ବିଜୟ ଙ୍କ ପରିବାର ।ପିଲା ଙ୍କୁ ଚିକିତ୍ସା କରିବାକୁ ସମ୍ବଳ ନାହିଁ ପାଖରେ ।ଦୁଇ ପୁଅ ଝିଅ ଙ୍କ ସେବାରେ ଦିନ କଟୁଛି ପିତା ବିଜୟ ଓ ମାତା ନର୍ମଦା ଙ୍କର ।ଏହା ଭିତରେ ଆଉ ଏକ ସୁସ୍ଥ ପିଲା ଆଶା ରେ ଜନ୍ମ ଦେଲେ ଅନ୍ୟ ଏକ କନ୍ୟା ସନ୍ତାନ ,ନା ରଖିଲେ ଲଷ୍ମୀପ୍ରିୟା ।ତୃତୀୟ ଝିଅ ଲଷ୍ମୀପ୍ରିୟା ଦେଢ଼ ବର୍ଷ ବୟସ ରେ ପୂର୍ବ ସନ୍ତାନ ମାନଙ୍କ ଲକ୍ଷଣ କିଛି ଦେଖା ଦେଲାଣି ,କିନ୍ତୁ ଅର୍ଥ ଅଭାବ ରୁ ଚିକିତ୍ସା କରି ପାରୁନାହାନ୍ତି ବିଜୟ

ଲୋକେକହିଲେ ଗୁଣି ଗାରେଡି କିମ୍ବା ଘର ର କିଛି ବାସ୍ତୁ ଦୋଷ କାରଣ ରୁ ହେଉଛି ।ଲୋକଙ୍କ ଠାରୁ ଏଭଳି ମନ୍ତବ୍ୟ ଓ ଚଳିବାକୁ ଅସମ୍ଭାଳ ହେବାରୁ ବିଜୟ ନିଜ ପରିବାର କୁ ଧରି ନିଜ ଶଶୁର ଘର ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ରେ ରହୁଛନ୍ତି ।ବିଜୟ ଏବେ ଗାଁ ରେଅନ୍ୟ ଲୋକଙ୍କଘରେ ମୂଲ ଓ ମଜୁରିଲାଗି ନିଜ ପେଟ ପୋସୁଛନ୍ତି ।ପିଲା ଙ୍କ ଚିକିତ୍ସା ପାଇଁ ସାମଥ୍ୟନାହିଁ ତାଙ୍କର ।ଦୁର୍ଭାଗ୍ୟ ପିଛା ଛାଡ଼ୁନି ,ଅପେକ୍ଷା କରିଛନ୍ତି ସହାୟତା ।
କିନ୍ତୁ ଏ ଖବର ବିଷୟର ଅସ୍ତରଙ୍ଗ ତହସିଲଦାର ରାଜଲଷ୍ମୀନାୟକ ଙ୍କ ନିକଟରେ ସେ କହିଥିଲେ ମୁଁ ଏ ବିଷୟରେ ଜାଣି ନ ଥିଲି ଦ୍ୱାରା ଜାଣିବା ପରେ ସେ କହିଥିଲେ ମୁଁ ତଦନ୍ତ କରି ସି .ଆର .ଏମ .ଆଇ ଆସିଷ୍ଟାଣ୍ଟ ପାଇଁ ଜିଲ୍ଲା ଅଫିସ କୁ ପଠାଇବେ ।


ପୁରୀ ଜିଲ୍ଲା କାକଟପୁର ରୁ ରାଜେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here