ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକରେ ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ସମୀକ୍ଷା ବୈଠକ

ପୁରୀ : ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ୨୧ଟି ପଞ୍ଚାୟତକୁ ପାଇପ ମାଧ୍ୟମରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବ । ଏନେଇ ଏକ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବ୍ରହ୍ମଗିରି ବ୍ଲକର ୧୧ ଟି ଏବଂ ପୁରୀ ସଦରର ୧୦ଟି ପଞ୍ଚାୟତର ୮୯ଟି ରାଜସ୍ବ ଗ୍ରାମ ସାମିଲ ହେବେ । ଏଥିରେ ୨୩ ହଜାର ୧୩୬ ପରିବାରର ଏକ ଲକ୍ଷ ୫୭ ହଜାର ୨୭୪ ଜଣ ଲୋକ ଉପକୃତ ହେବେ । ଏଥିସହ ବିଭିନ୍ନ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଜଳ ଯୋଗାଣ କରାଯିବ । ଆସନ୍ତା ୩୫ ବର୍ଷକୁ ଦୃଷ୍ଟିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବେ । ଉକ୍ତ ପ୍ରକଳ୍ପର ମୂଲ୍ୟ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଛି ଓ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ । ଭାର୍ଗବୀ ନଦୀରୁ ଜଳ ଯୋଗାଣ କରାଯିବ ଏବଂ ମାଳତୀପାଟପୁର ଠାରେ ୧୭ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବର୍ମା ସୂଚନା ଦେଇଛନ୍ତି । ଏଥିପାଇଁ ୫ ଏକର ଜମିର ଆବଶ୍ୟକତା ରହିଛି ଓ ଜମି ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ କରିବାକୁ ଶ୍ରୀ ବର୍ମା ସ୍ଥାନୀୟ ତହସିଲଦାରଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରତି ପଞ୍ଚାୟତରେ ଓଭର ହେଡ ଟାଙ୍କି ପ୍ରତିଷ୍ଠା କରାଯିବ । ଏଥିନିମନ୍ତେ ଯାଗା ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚ ମାନଙ୍କୁ କୁହାଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳଯୋଗାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ବିଶ୍ବାଳ, ପୁରୀ ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଜଳ ଯୋଗାଣ ବିଭାଗ ସୁପରିଟେଣ୍ଡଟ ଇଞ୍ଜିନିୟର ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା, ଜିଲ୍ଲା ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବସନ୍ତ କୁମାର ନାୟକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here