କେନ୍ଦ୍ରାପଡା ବାରମାଣୀଆଁ ବଟ ମହାପୁରୁଷ ପୀଠରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା ବ୍ଲକ୍ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ ଥିବା ଶିଦ୍ଧ ବାରମାଣିଆଁ ବଟ ମହାପୁରୁଷଙ୍କ ପୀଠରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଅଭିଯାନ ନୂର୍ତନ କମିଟି ଗଠନ ପକ୍ଷରୁ ଏକ ବୁନ୍ଧୁ ମିଳନ ଓ ଜନସଚେତନାତା କାର୍ଯ୍ୟକ୍ରମ ବା ଶିବରର ଆୟୋଜନ ପ୍ରମୋଦ ଚନ୍ଦ୍ର ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଦଳିତ ସଂଘର ସଭାପତି ଓ ସୂଚନା ଅଧିକାର କର୍ମୀ ନଗେନ କୁମାର ଜେନା, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଦୁଭୂଷଣ ମହାପାତ୍ର ଓ ସୂଚନା ଅଧିକାର କର୍ମୀ କଳ୍ପତରୁ ରାଉତ, କେୱାଇଜେଏର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ସମାଜସେବୀ ମାନସ କୁମାର ସାହୁ, ସାମ୍ବାଦିକ ନାମବ୍ରହ୍ମ କର ଓ ନମିତା ନାୟକ ବାବୁଲି ଜେନା ଓ ନରଞନ ପରିଡାଙ୍କ ସମେତ ଶତାଧିକ ସମାଜସେବୀ ଓ ସାମ୍ବାଦିକ ଏବଂ ବହୁ ବୁଦ୍ଧିଜିବୀ ଓ ସୂଚନା ଅଧିକାର କର୍ମୀମାନେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଏକ ଦୁର୍ନୀତି ମୁକ୍ତ ଜିଲ୍ଲା ଗଠନ ଏବଂ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଓ ଗରିବ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ଓ ଯୋଗାଇଦେବାକୁ ଆଜିର ମଞ୍ଚାସୀନ ଅତିଥିମାନେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟରେ ଉପସ୍ଥାପନ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶୈଳବାଳା ସାମଲଙ୍କ ସମେତ ସୂର୍ଯ୍ୟକାନ୍ତ ଦାସ ଓ କୁନା ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରିୟୀ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବ୍ଲକର ସମ୍ବାଦିକ ସଂଘର ସଭାପତି ବାବୁଲି ଚରଣ ଜେନା, ସାମ୍ବାଦିକ ସଂନ୍ଦିପ୍ ଜେନା, ବିଘ୍ନେସ ସେଠୀ, ରଞନ କୁମାର ସାହୁ, ଗୌତ୍ତମ ସାହୁ,ପିନାକୀ ସାମନ୍ତରାୟ, ରାକେଶ କୁମାର ଲେଙ୍କା,ଶ୍ମୃତିରଞନ ବାରିକ ଏବଂ ଆଇଜିବୀ ସମର କେଶରୀ ମହାପାତ୍ର ଓ ସମାଜସେବୀ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here