ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା :ନବରଙ୍ଗପୁର

ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଉମୁରାହାଣ୍ଡି ଗ୍ରାମରେ ଜଣେ ଯୁବକ ରବିବାର ଦିନ ପ୍ରାୟ ୧ ଘ॰ ସମୟରେ ଗ୍ରାମର ଏକ କେନ୍ଦୁଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣକ ଉମୁରାହାଣ୍ଡି ଗ୍ରାମର ଠକଧର ଗୌଡ (୨୪) ବର୍ଷ ହେବ ବୋଲି ଜଣାପଡିଛ । ଦିନ ପ୍ରାୟ ୧ ଘ॰ ସମୟରେ ଗ୍ରାମର ମନ୍ଦିର ନିକଟ କେନ୍ଦୁ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରି ଥିବା ସୂଚନା ମିଳୁଛି । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଠକଧର ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଏ ନେଇ ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଡାବୁଗାଁ ପୋଲିସ ଉମୁରାହାଣ୍ଡି ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here