ବୁଦ୍ଧଖୋଲରେ ଜିଲ୍ଲାସ୍ତରୀୟ ଦୁଃସାହସିକ ଯୁବ ଶିବିର

ବୁଗୁଡା: ନେସନାଲ୍ ଆଡ୍ଭେନ୍ଚ୍ୟୁର୍ ଫାଉଣ୍ଡେସନ୍ ପକ୍ଷରୁ ବୁଗୁଡା ବୁଦ୍ଧଖୋଲ ପାଦଦେଶରେ ଜିଲ୍ଲା ସ୍ତରୀୟ ଦୁଃସାହସିକ ଯୁବ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ପରିଷଦ ସଂପାଦକ ସୁରେଶ ଚନ୍ଦ୍ର ଦାଶ, କେ.ତ୍ରିଲୋଚନ ଦୋରା, ମାନସ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୁବ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୮୦ ରୁ ଉର୍ଦ୍ଧ୍ୱ ଉଭୟ ଯୁବକ ଯୁବତୀ ଏହି ଶିବିରରେ ଭାଗ ନେଇ ପ୍ରଶିକ୍ଷଣ ନେଇଛନ୍ତି । ପର୍ବତାରୋହଣ ପ୍ରକ୍ରିୟାକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜୋନାଲ ଅଫିସର ସତ୍ୟପ୍ରକାଶ ନାୟକ ଓ ବୈଷ୍ଣବ ଚରଣ ଦାସଙ୍କ ନେତୃତ୍ତ୍ୱରେ ଶିବିରାର୍ଥୀମାନଙ୍କୁ ଜ୍ୟୋତି ରଞ୍ଜନ ମହାପାତ୍ର, ଦୀପକ ଜେନା, ବିଶ୍ୱ ରଂଞ୍ଜନ କୁଅଁର, ଦେବୀଦତ୍ତ ମହାନ୍ତି ଓ ନିଖିଳ କୁମାର ପୃଷ୍ଟି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜାତୀୟ ଯୁବ ସଂହତି ସକାଶେ ଏହା ଆୟୋଜନ କରାଯାଇ ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here