ରାଉରକେଲା ମହାନଗର ନିଗମ ପକ୍ଷରୁ ଦେହୁରୀ ବସ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ :ରାଉରକେଲା

ରାଉରକେଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ଦେଓଗାଁ ସ୍ଥିତ ଦେହୁରୀ ବସ୍ତିରେ ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଶ୍ରୀ ପରିଡ଼ା ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରିବା ସହ ଏହାର ଉଚିତ ବ୍ୟବହାର ଲାଗି ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ପରିଡ଼ା କହିଥିଲେଯେ, ସରକାରଙ୍କ ପକ୍ଷରୁ ୩ ପ୍ରକାରର ମଶାରୀର ମାଗଣାରେ ବଣ୍ଟନ ଲାଗି ବ୍ୟବସ୍ଥା କରାଯାଇଛି। କିଶୋର କିଶୋରୀ, ଦିବ୍ୟାଙ୍ଗ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ସିଙ୍ଗଲ୍ ମଶାରୀ ପ୍ରଦାନ କରାଯିବ।
ଦମ୍ପତିଙ୍କ ସହ ୫ ବର୍ଷ ବୟସ ମଧ୍ୟରେ ଗୋଟିଏ ସନ୍ତାନ ଥିବା ପରିବାରକୁ ଡବଲ ମଶାରୀ ଏବଂ ଦୁଇ ସନ୍ତାନ କିମ୍ବା ୫ ବର୍ଷରୁ ବଡ଼ ପିଲା ଥିବା ପରିବାରକୁ ଫ୍ୟାମିଲି ସାଇଜ୍ ମଶାରୀ ମିଳିବ। ସେହି ଅନୁସାରେ ହିତାଧିକାରୀ ମାନଙ୍କୁ ବଣ୍ଟନ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏ.ଏନ୍.ଏମ୍, ମହିଳା ଆରୋଗ୍ୟ ସମିତିର ସଦସ୍ୟା ଆଦି ମାନଙ୍କ ସହାୟତାରେ ଏହାର ବଣ୍ଟନ କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏମାନେ କେବଳ ମଶାରୀର ସୁବଣ୍ଟନ ସୁନିଶ୍ଚିତ କରିବେ ତାହା ନୁହେଁ, ମଶାରୀର ଉଚିତ ବ୍ୟବହାର ସଂପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଇବେ। ଆସନ୍ତା କିଛି ଦିନ ମଧ୍ୟରେ ସାରା ସହରରେ ହିତାଧିକାରୀମାନଙ୍କୁ ମଶାରୀ ବଣ୍ଟନ ପ୍ରକ୍ରିୟା ସମାପ୍ତ ହେବ।
ଆଜିର ମଶାରୀ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପମିତ୍ରା ମିଶ୍ରଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନ୍ୟାନ୍ୟ ଅଧିକାରୀ ତଥା କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here