ସାମାନ୍ୟ ଘରୋଇ କଳିରେ ସ୍ବାମୀ ହତ୍ୟା କଲା ସ୍ତ୍ରୀକୁ : ସୁନ୍ଦରଗଡ଼

ପୁନଶ୍ଚ ଏକ ବିଭତ୍ସ ହତ୍ୟା ଘଟଣା ଆସିଛି ସମ୍ମୁଖକୁ । ସ୍ବାମୀର ଧୁରୁଆ ଅସ୍ତ୍ରର ଶିକାର ହୋଇ ଇହଲୀଳା ସମ୍ବରଣ କରିଛନ୍ତି ସ୍ତ୍ରୀ । ଅକାଳରେ ଆଉ ଏକ ଅମୂଲ୍ୟ ଜୀବନ ଚାଲିଗଲା । ଏଭଳି ଏକ ଲୋମ ହର୍ଷଣ କାରୀ ବିଭତ୍ସ ହତ୍ୟା ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫର୍ସା ଟୋଲିରେ । କୌଣସି କାରଣ ନେଇ ସ୍ବାମୀ ରାମଧନ ସାହୁ ଓ ସ୍ତ୍ରୀ ସାବିତ୍ରୀ ମଧ୍ୟରେ ହୋଇଥିଲା ବଚସା । ତେବେ ବଚସାଟି ଶେଷରେ ଉଗ୍ର ରୂପ ନେଇଥିବା ବେଳେ ରାଗରେ ଉତକ୍ଷୀପ୍ତ ହୋଇ ସ୍ବାମୀ ରାମଧନ ଏକ ଧାରୁଆ ଫାର୍ସାରେ ସ୍ତ୍ରୀ ସାବିତ୍ରୀର ବେକରେ ପ୍ରହାର କରିବାରୁ ସାବିତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । କ’ଣ ଏମିତି କଥା ଥିଲା ଯେ ସ୍ବାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ବାଧ୍ୟ ହେଲା ଏହା ତଦନ୍ତ ସାପେକ୍ଷ । ଖବର ପାଇ ବ୍ରାହ୍ମଣୁତରଙ୍ଗ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ଅଭିଯୁକ୍ତ ଭାବେ ଗିରଫ କରିଥିଲେ ସ୍ବାମୀ ରାମଧନକୁ । ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଫାର୍ସାକୁ ମଧ୍ୟ ଜବତ କରିଥିଲେ । ଏତଦ ବ୍ୟତୀତ ସାବିତ୍ରୀର ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି ବ୍ରାହ୍ମଣୀତରଙ୍ଗ ପୋଲିଶ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here