ଝାରସୁଗୁଡାର ବାଗଡିହ ରେଲୱେ ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ରେଲୱେ ସଡକ ଦୁର୍ଘଟଣା

ଆଜି ବ୍ରଜ ରାଜନଗରର ଇ. ଏସ. ଆଇ ଛକ ନିକଟସ୍ଥ ନୂଆପଡା ବସ୍ତି ଅଞ୍ଚଳର ଗୋଟିଏ ପରିବାରର ଦୁଇ ଜଣଙ୍କର ରେଳ ଯୋଗେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଇ. ଏସ. ଆଇ ଛକ ନୂଆପଡା ବସ୍ତିର ନରେଶ ମହାନନ୍ଦଙ୍କ ପରିବାରର ଦୁଇଜଣ ସଦସ୍ୟ ବଗଡ଼ିହ ନିକଟରେ ଥିବା ନିଜ ବନ୍ଧୁ ବାନ୍ଧବ ଘରକୁ ବୁଲିବାକୁ ଯାଇଥିଲେ । ଯିବା ସମୟରେ ରେଳ ଷ୍ଟେସନର ବିପରୀତ ପାର୍ଶ୍ଵକୁ ସେମାନଙ୍କୁ ଯିବାର ଥିଲା କିନ୍ତୁ ଜେଉଁ ପାର୍ଶ୍ଵକୁ ସେମାନେ ଅତିକ୍ରମ କରୁଥିଲେ ବା ଯାଉଥିଲେ ସେହି ପାର୍ଶ୍ୱରେ ରେଳ ଓଭର ବ୍ରିଜ ନଥିବାରୁ ସେମାନେ ଲାଇନରେ ଛିଡା ହୋଇଥିବା ଟ୍ରେନର ତଳପଟୁ ଅତିକ୍ରମ କରୁଥିଲେ । ଠିକ ସେହି ସମୟରେ ଟ୍ରେନଟି ହଠାତ ଚାଲିବା ଆରମ୍ଭ କରିଦେଇ ଥିଲା । ଏହାକୁ ଦେଖି ନରେଶ ମହାନନ୍ଦଙ୍କ ବୋହୁ ସୋଫିଆ ମହାନନ୍ଦ ନିଜର ଭାରସାମ୍ୟ ହରାଇ ରେଳ ଲାଇନ ଉପରେ ପଡିଯାଇଥିଲେ । ଟ୍ରେନଟି ତାଙ୍କ ଉପର ଦେଇ ଚଢିଯାଇଥିଲା । ଟ୍ରେନଟି ସୋଫିଆ ମହାନନ୍ଦଙ୍କ ଉପରେ ଚଢି ଯିବାର ଦେଖି ତାଙ୍କ ସ୍ୱାମୀ ରୋଶନ ମହାନନ୍ଦ ଦୌଡି ଯାଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ରୋଶନ ମହାନନ୍ଦଙ୍କ ଡାହାଣ ଗୋଡ଼ ଓ ଡାହାଣ ହାତ ଉପରେ ଟ୍ରେନ ଚଢି ଯାଇଥିଲା ଯାହା ଫଳରେ ସୋଫିଆ ମହାନନ୍ଦଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ସ୍ଥାନୀୟ ରେଲୱେ କର୍ମଚାରୀ, ରେଲୱେ ପୋଲିସ ତଥା ଲୋକମାନଙ୍କ ସହାୟତାରେ ରୋଶନ ମହାନନ୍ଦଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା । ଘଟଣା ସ୍ଥଳରେ ରେଲୱେ ପୋଲିସ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସୋଫିଆ ମହାନନ୍ଦଙ୍କ ସବ ବ୍ୟବଛେଦ ପାଇଁ ଅନୁମତି ଦେଇଥିଲା । ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ସୂଚନା ମିଳିଛି । ଏହା ମଧ୍ୟ୍ୟ ସୂଚନା ରହିଛି ଜେ ରୋଶନ ମହାନନ୍ଦଙ୍କ ସ୍ଥିତି ବହୁତ ସଂଙ୍କଟାପର୍ଣ୍ଣ ରହିଛି । ସେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ରେଲବାଇ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here