ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ପାଳିତ। ଜଗତସିଂହପୁର

ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୯୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଆଇଟିୟୁସି ଜିଲ୍ଲା ଉପସଭାପତି ସୋମନାଥ ଗିରି ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଲାଲ୍ ପତାକା ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ଏଆଇଓ୍ଵାଇଏଫ୍ ଜିଲ୍ଲା ଆବାହକ ରୋଜାଲିନ ଦାଶ, ଜଗତସିଂହପୁର ଜୋନ୍ ଅଖିଳ ଭାରତ କୃଷକ ସଭା ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୋମନାଥ ଗିରି ଓ ସତ୍ୟ ରଂଜନ ମହାନ୍ତି ଉପସ୍ଥିତ ସଂଗ୍ରାମୀ ସାଥୀ ଙ୍କୁ ଉଦବୋଧନ ଦେଇ ଆଗାମୀ ଦିନରେ କୃଷକ ଆନ୍ଦୋଳନ କୁ ବ୍ୟାପକ କରିବାକୁ ନିବେଦନ କରିଥିଲେ ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here