ଜଗତସିଂହପୁର ସଦରଥାନାର ଥାନା ଅଧିକାରୀଙ୍କ ସଫଳତାର ସହିତ ଚାରିବର୍ଷ ପୂରଣ ।

ଜଗତସିଂହପୁର ଥାନାର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଜଗତସିଂହପୁର ଥାନାରେ ଚାରି ବର୍ଷ ପୁରୀ ପାଞ୍ଚ ବର୍ଷ ର କାର୍ଯ୍ୟ ଆରମ୍ଭ କରିଛନ୍ତି।ଯାହାକି ତାଙ୍କର ସ୍ୱଚ୍ଛ ବିଚାର,ନେଇ ଆଜି ସମସ୍ତ ଜନସଧାରଣ ଙ୍କ ଠୁ ଆରମ୍ଭ କରି ନିଜ ବିଭାଗରେ ମଧ୍ୟ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି। ଜଗତସିଂହପୁର ଥାନାରେ ଯୋଗ ଦେବା ପରଠାରୁ ଅପରାଧ ନିୟନ୍ତ୍ରଣ ,ଚୋରି ,ରାହଜନୀ ରୋକିବା ଦିଗରେ ମଧ୍ୟ ସଫଳତାର ଶୀର୍ଷରେ।ଜଗତସିଂହପୁର ସହରରେ ମଧ୍ୟ ଅପରାଧି କ କାର୍ଯ୍ୟକଳାପ କ୍ରମଶଃ ହ୍ରାସ ପାଇଛି।ଶ୍ରୀ ମିଶ୍ର ଜଣେ ଭଦ୍ର,ନମ୍ର, ସରଳ ମିଷ୍ଟଭାସି ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି।ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିବିଶେଷଙ୍କ ସହିତ ମିଶି ତାଙ୍କର ଅଭିଯୋଗ ଗୁରୁତର ସହ ଶୁଣିଥାନ୍ତି।ସେମାନଙ୍କୁ ମଧ୍ୟ ଉଚିତ ନ୍ୟାୟ ପ୍ରଦାନ କରିଥାନ୍ତି। ଥାନାରେ ଥିବା ନିଜର ସହକର୍ମୀ ତଥା କର୍ମଚାରୀ ମାନଙ୍କୁ ନିଜର ଭାଇଭଉଣୀ ଭଳି ସ୍ନେହ ଆଦର କରି ଥାନା କାର୍ଯ୍ୟ ସୁରୁଖୁରୁ ଭାବରେ ନିଜେ ସମ୍ପାଦନ କରିବା ସହ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ସ୍ୱଚ୍ଛ ତା କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାନ୍ତି।ଏଭଳି ଜଣେ ସଚୋଟ କର୍ତବ୍ୟନିଷ୍ଠ ଥାନାଅଧିକାରୀ ଙ୍କ ବିରୋଧରେ ଚାରିବର୍ଷ ମଧ୍ୟରେ କୌଣସି ଗୋଟିଏ ହେଲେ ଅଭିଯୋଗ କରି ନାହାନ୍ତି ଅଞ୍ଚଳ ବାସି।ବିଭିନ୍ନ ରାଜନୈତିକ ଦଳର ବିକ୍ଷୋବ ହେଉ କି ବିଭିନ ସଂଗଠନର ଧର୍ମଘଟ କି ଆନ୍ଦୋଳନ ହେଉ ,ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରି ସୁଚାରୁ ଭାବରେ ସେମାନଙ୍କ ର କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥାନ୍ତି। ଥାନା ଅଧିକାରୀ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ର ଚାରିବର୍ଷ ପୂରଣ ଅବସସରେ ଜଗତସିଂହପୁର ଥାନାର ସମସ୍ତ କର୍ମଚାରୀ ସେମାନଙ୍କ ର ଅତିପ୍ରିୟ ଥାନା ଅଧିକାରୀ ଶ୍ରୀ ମିଶ୍ରଙ୍କୁ ମିଠା ଖୁଆଇ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ।ଏହି ଶୁଭେଚ୍ଛା କାର୍ଯ୍ୟକ୍ରମ ରେ ଜଗତସିଂହପୁର ଥାନାର ସବଇନ୍ସପେକ୍ଟର ଶ୍ୱେତପଦମା ଦାଶ, ରବିନାରାୟଣ ବେହେରା,ବିଶ୍ୱଜିତ ଗଡ଼ନାୟକ,ପଞ୍ଚାନନ ଗୋଛାୟତ,ମିତାଲି ମଧୁଛନ୍ଦା ସ୍ୱାଇଁ, ରବିନାରାୟଣ ଲେଙ୍କା,ଆରତୀ ଲତା ଧର ,ନିବେଦିତା ଦାସ,ପ୍ରିୟବ୍ରତ ସ୍ବାଇଁ, ଏଏସଆଇ ସୁଶାନ୍ତ କୁମାର ମିଶ୍ର, ତ୍ରିଭୁବନ ବେହେରା, ପ୍ରତାପ କୁମାର ବେହେରା,କୁନି ପ୍ରଭା ମଲ୍ଲିକ,କିଶୋର ବେହେରା ପ୍ରମୁଖ ଥାନାର ସମସ୍ତ କର୍ମଚାର ମାନେ ସେମାନଙ୍କର ପ୍ରିୟ ଥାନା ଅଧିକାରୀ ଙ୍କ ସୁସ୍ଥ ନିରାମୟ କାମନା କରିବା ସହ ମିଠା ଖୁଆଇବା ସହିତ ପୁଷ୍ପ ଗୁଚ୍ଛ ଦେଇ ଶୁଭେଛା ଜଣାଇଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here