ନିଖୋଜ ଯୁବକର ଶବ ଉଦ୍ଧାର , ହତ୍ୟା ସନ୍ଦେହ :

ହତ୍ୟା ହତ୍ୟା ହତ୍ୟା । ଏଭଳି ଏକ ନିରୀହ ଯୁବକର ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ନିଖୋଜ ଥିବା ଯୁବକର ଶବ ଉଦ୍ଧାର କରିଛି ପୋଲିଶ ଡମ୍ଫିଂ ଅଞ୍ଚଳର ପାହାଡ ଉପରୁ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ । ତେବେ କିଏ ଓ କାହିଁକି ହତ୍ୟା କରିଛି ଏ ଯୁବକକୁ ? ତାର ବା କାହା ସହିତ କି ଶତୃତା ଅବା ଥିଲା ଏହା ତଦନ୍ତ ସାପେକ୍ଷ ? ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ମର୍ମାହତ ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକର ଟାଙ୍ଗରପାଲି ଥାନା ଅନ୍ତର୍ଗତ ଲାଲ ଟାଙ୍କି ଅଞ୍ଚଳରେ । ଗତ ସୋମବାର ୨୧ ତାରିଖ ଠାରୁ ଘରୁ ନିଖୋଜ ଥିଲା ବିନୋଦ କୈବର୍ତ୍ତ (୨୩) । ସବୁଆଡେ ଖୋଜା ଖୋଜି କରିବା ପରେ ନ ପାଇବାରୁ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ଥାନା ପକ୍ଷରୁ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇ ନ ଥିବା ନେଇ ଅଭିଯୋଗ ବାଢିଛନ୍ତି ପରିବାର ଲୋକେ । ଓଲଟା ଥାନାରେ ଯୁବକର ନିଖୋଜ ବିଷୟରେ ପଚାରିବାରୁ ତମେ ଖୋଜ ବୋଲି ଥାନାରୁ ପାଲଟା ଜବାବ ମିଳିଥିଲା । ପରିବାର ଲୋକେ ଯୁବକକୁ ଖୋଜି ଚାଲିଥିବା ବେଳେ ହଠାତ କେହି ଖବର ଦେଲା ଯେ ଡମ୍ପିଁଂ ଅଞ୍ଚଳର ପାହାଡ ଉପରେ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ଜନୈକ ଯୁବକର ଶବ ପଡିଛି । ପରିବାର ଲୋକେ ଯାଇ ଦେଖନ୍ତି ତ ଜଣା ପଡିଥିଲା ନିରୀହ ଯୁବକ ବିନୋଦର ହିଁ ଶବ ପଡିଥିଲା । ଏ ବିଷୟରେ ଥାନାରେ ଜଣାଇବା ପରେ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ନଗ୍ନ ଅବସ୍ଥାରେ ପଡିଥିବା ଯୁବକର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏ ଘଟଣାକୁ ନେଇ ଥାନାରେ ପଚରା ଉଚରା ପାଇଁ ୩ ଜଣଙ୍କୁ ଅଟକ ରଖିଥିବା ମଧ୍ୟ ଜଣାପଡିଛି । ଉକ୍ତ ଘଟଣାରେ ଦୋଷୀକୁ ତୁରନ୍ତ ଧରିବା ଓ ମୃତ ଯୁବକର ପରିବାରକୁ ନ୍ୟାୟ ଦାବୀରେ ଲାଲଟାଙ୍କି ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଟାଙ୍ଗରପାଲି ଥାନା ଘେରାଉ କରିଥିବା ସୂଚନା ପାଇ ଡିଏସପି ଥାନାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ବି ସେମାନେ ନିଜର ଦାବୀରେ ଅଟଳ ରହିଥିବା ପରିଲକ୍ଷିତ ହୋଇଥିଲା । ଟାଙ୍ଗରପାଲି ପୋଲିଶ ନିଜର ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here