ରାଜଗାଙ୍ଗପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ହୋଇଛି ପାର୍କିଂ ସ୍ଥଳୀ :

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ର ପୂର୍ତ୍ତ ବିଭାଗ ଅଧିନସ୍ଥ ଡାକ ବଙ୍ଗଳା ଦୀର୍ଘ ଦିନରୁ ଗାଡ଼ି ପାର୍କିଂ ୟାର୍ଡ଼ ରେ ପରିଣତ ହୋଇଛି,ମୁଖ୍ୟ ଗେଟ ରେ ମଧ୍ୟ ଫଳ ଦୋକାନୀଙ୍କ ଗୋଦାମ ଘର ରେ ପରିଣତ ହୋଇଥିବା ଜଣାପଡିଛି, ରାଜଗାଙ୍ଗପୁର ସହର ର ଏକ ମାତ୍ର ସରକାରୀ ଡାକ ବଙ୍ଗଳା , ରାଜଗାଙ୍ଗପୁର ଥାନା ନିକଟସ୍ଥ ଏବଂ ବସ ଷ୍ଟାଣ୍ଡ ପାଖରେ ଥିବା ଉକ୍ତ ଡାକ ବଙ୍ଗଳା ର ମୂଖ୍ୟ ଦ୍ୱାର ସବୁବେଳେ ଆଲିଆ ଆବର୍ଜନା ଦୁର୍ଗନ୍ଧମୟ ବାତାବରଣ ସୃଷ୍ଟି କରିଛି, ମୁଖ୍ୟ ଦ୍ୱାର ଦୁଇ ପାର୍ଶ୍ଵରେ ଲୋକଙ୍କ ଦ୍ୱାରା ପରିସ୍ରା କରିବା ଦିନ ଦୀପହର ରେ ମଧ୍ଯ ଦେଖା ଯାଏ, ସରକାରଙ୍କ ସ୍ୱଚ୍ଛତା ଅଭିଯାନ ରେ ବିଭିନ୍ନ ଯାଗା ରେ ମୁତ୍ର ବିସର୍ଜନ କରିବା ପାଇଁ ମୂତ୍ରାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ଏହି ସରକାରୀ ଡାକ ବଙ୍ଗଳା କୁ ଅଣଦେଖା କରି ଆସୁଛନ୍ତି, ଗେଟ ସାମନା ରେ ଦୋକାନୀଙ୍କ ସହ ବସ ଯାତ୍ରୀଙ୍କ ମୂତ୍ରାଳୟ ପାଲଟିଛି ଡାକ ବଙ୍ଗଳା ମୁଖ୍ୟ ଦ୍ୱାର, ଉପରୋକ୍ତ ଡାକ ବଙ୍ଗଳା ରେ ସମୟ ସମୟରେ ବିଭିନ୍ନ ମନ୍ତ୍ରୀ, ଜଜ, ଜିଲ୍ଲାପାଲ,ଉଞ୍ଚ ପଦସ୍ତ ଅଧିକାରୀ ମାନେ ରୁହନ୍ତି କିନ୍ତୁ କାହାରି ନଜର କୁ ଆସେ ନାହିଁ, ଏହା ବହୁତ ଦୁଃଖଦ କଥା, ଘଟଣା ରୁ ପ୍ରକାଶ ଯେ କିଛି ମାସିକ ଶୁଳ୍କ ନେଇ ଡାକ ବଙ୍ଗଳା ପରିସର ରେ ସାଧାରଣ ଲୋକଙ୍କ ଗାଡ଼ି ମଧ୍ୟ ପାର୍କିଂ କରାଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here