ମିନିବସ୍ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୭ ଆହତ : ସୁନ୍ଦରଗଡ଼

ବାଲୁଘାଟ ନିକଟରେ ମିନିବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବସଟିର ନାଁ ହେଉଛି ମା’ ତାରିଣୀ ବସ । ବସଟି ଲାଠିକଟାରୁ ରାଉରକେଲା ଆସୁଥିବାବେଳେ ବାଲୁଘାଟ ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିଶ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ , ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ତେବେ ବସ୍‌ଟି ଦ୍ରୁତଗତିରେ ଆସୁଥିଲା । ଡିଭାଡର ଉପରକୁ ବସଟି ଚଢିଯିବାରୁ ଓଲଟି ପଡ଼ିଥିବା ଏହି ଦୁର୍ଘଟଣା ଘଟିଥିବା ନେଇ ଆହତ ଯାତ୍ରୀ ଜଣଙ୍କ କହିଛନ୍ତି । ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଦ୍ୟ ସୂଚନା ମୁତାବକ ଘଟଣାସ୍ଥଳରୁ ବସ ଚାଳକ ଜଣକ ଫେରାର ଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here