୨୪ ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ରାଜଗାଙ୍ଗପୁରରେ :

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ରାଜଗାଙ୍ଗପୁର ସ୍ଥିତ ବିଜେଡ଼ି ତରଫରୁ ସ୍ଥାନୀୟ ଜାମପାଲି ଠାରେଏହି ପ୍ରତିଷ୍ଠା ଦିବସ ପାଳନ କରିଛି । ପ୍ରତିଷ୍ଠା ଦିବସ ଅବସରରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ବିଜୁ ପଟ୍ଟନାୟକ ଛକ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଲିପଲୋଇ ଜଗନ୍ନାଥ ମନ୍ଦିର ହୋଇ ଜାମପାଲି ଠାରେ ପହଞ୍ଚିବା ପରେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ମନୋଭାବ ଓ ଶୃଙ୍ଖଳା ପାଇଁ ଓଡିଶାର ଲୋକମାନେ ନବୀନ ବାବୁ ଙ୍କୁ ଭଲ ପାଉଛନ୍ତି ବୋଲି ଶ୍ରୀ କିଷାନ ମତବ୍ୟକ୍ତ କରିଥିଲେ । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ସ୍ଥାନରୁ ପାଟିର ଆଗଧାଡ଼ିର କର୍ମୀ ମାନେ ଆସିଥିବାରୁ ଶ୍ରୀ କିଷାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here