ରାଉରକେଲାରେ ପାଳିତ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ :

ରାଉରକେଲା ସହରର ପ୍ରମୁଖ ଛକ ଠାରେ ଅବସ୍ଥାପିତ ହୋଇଥିବା ମହାନ ଜନନାୟକ , ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଦଳୀୟ ନେତ୍ରୀ ଭଦ୍ରା ମଣ୍ଡଳ , ମଣ୍ଡଳ ସଭାପତି ଆରତତ୍ରାଣ ମହାରଣା , ବରିଷ୍ଠ ବିଜେଡି ନେତା ଆନନ୍ଦ ମହାନ୍ତି , ସୁଧିର ସୁନ୍ଦର ରାୟ , ପ୍ରଭାକର ଚୌଧୁରୀ , ଦଳର ପୂର୍ବତନ ସଭାପତି ରାକେଶ ସ୍ବାଇଁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ । ସକାଳୁ କାର୍ଯ୍ୟକ୍ରମର ଅୟମାରମ୍ଭ ପରେ ଦିନ ତମାମ ଭିତରେ ପ୍ରମୁଖ କାର୍ଯ୍ୟ ରକ୍ତ ଦାନ , ବୃକ୍ଷ ରୋପଣ , ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ ସହିତ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ଭଳି କାର୍ଯ୍ୟକ୍ରମ ମାନ ସମ୍ପନ୍ନ ହୋଇଥିଲା । ସମଗ୍ର ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମାତ୍ରଧିକ ଯାଗାରେ ଦଳ ତରଫରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଆଜିର ଦିବସରେ କର୍ମୀଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆନ୍ତରିକତାର ସହିତ ସହଯୋଗ କରିଥିବାର ପରିଲକ୍ଷିତ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here