ବିଜେଡି ୨୪ ତମ ପ୍ରତିଷ୍ଠା ଦିବସ ରେ କୁଷ୍ଠ ବସ୍ତି ରେ କମ୍ବଳ ବଣ୍ଟନ :

ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରଘୁନାଥପାଲୀ ବିଜେଡି ପକ୍ଷରୁ ସେକ୍ଟର-୬ କୁଷ୍ଠ ବସ୍ତିରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର-୬ ୟୁନିଟ ସଭାପତି ଦିଲୀପ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ସୁଧିର ସୁନ୍ଦର ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ପ୍ରଧାନ ଯୁବନେତା ଶିଶିର ସାହୁ, ବିଜେଡି ରଘୁନାଥପାଲୀ ଯୁବ ସଭାପତି ପ୍ରଭାକର ଚୈଧୁରୀ, ସୋସିଆଲ ମିଡ଼ିଆ କୋର୍ଡିନେଟର ସଞ୍ଜୀବ ନାୟକଙ୍କ ସମେତ ମୋତିଲାଲ କୁମ୍ଭାର, ଅନୀଲ ସିଂ,ବିଜ୍ଞେନ ସ୍ବାଇଁ (କୁଲୁ), ଦିଲୀପ ଲେଙ୍କା, ଆଶିଷ ଜେନା,ଅମର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।କୁଷ୍ଠ ବସ୍ତିର ମୂଖିଆ କହ୍ନେୟା ଜେନାଙ୍କ ଉପସ୍ଥିତିରେ ବସ୍ତିର ସମସ୍ତଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here