ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ସମବେତ ପ୍ରାର୍ଥନା ଦିବସ ଅନୁଷ୍ଠିତ । କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକ ସମବେତ ବିଶ୍ୱ ପ୍ରାର୍ଥନା ଦିବସ ୩ଘଟିକା ସମୟରେ ଶ୍ରୀ “ମା”ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସ୍ୱାମୀ ରାମ ସରଣାନନ୍ଦ ସରସ୍ୱତୀ ଏବଂ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ ଓ ବେଂଗ୍ୟ କବି ଶ୍ରୀଯୁକ୍ତ ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ବିଶ୍ୱ ପ୍ରାର୍ଥନା ଦିବସକୁ ସମଗ୍ର ବିଶ୍ବରେ ବା ସମଗ୍ର ଦେଶରେ କିପରି ଘରେ ଘରେ ସମସ୍ତେ ଏହି ପ୍ରାର୍ଥନାକୁ ଗାନ କରିବା ସହିତ ଉକ୍ତ ଦିବସକୁ ପାଳନ କରାଯିବ ସେଥିପାଇଁ ମଞ୍ଚାସୀନ ଅତିଥିମାନେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ମାଧ୍ୟମରେ ଉପସ୍ଥିତ ଭକ୍ତମାନଙ୍କୁ ବୁଝାଇବା ସଂଗେ ସଂଗେ କିପରି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ପ୍ରାତ ସମୟରେ ଏହି ବିଶ୍ୱ କଲ୍ୟାଣର ହିତ ସାଧନ ନିମନ୍ତେ ପ୍ରଚାର ପ୍ରସାର କରାଯାଇ ପାରିବ, ସେ ବିଷୟରେ ମୂଖ୍ୟତଃ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମହାନ୍ତିଙ୍କ ସମେତ ସଖୀବଟର ସଭାପତି ନିରଞ୍ଜନ ସାହୁ, ଓଡିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ମାନସ କୁମାର ସାହୁ,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ଉମାକାନ୍ତ ନାୟକ, ପୁପୁନ ସ୍ୱାଇଁ, କ୍ଷୀରୋଦ କୁମାର ପଣ୍ଡା, ଅଜୟ କୁମାର ସାମଲ, ଚିତ୍ତରଞନ ସ୍ୱାଇଁ,ମଥୁରା ନନ୍ଦ ସାହୁ, ଅନୀତା ମହାନ୍ତି, ସମାଜସେବୀ ଧୀରେନ୍ଦ୍ର ଦାସ, ସାମ୍ବାଦିକ ଶନ୍ତୋଷ ପଣ୍ଡା, ଅଭିମନ୍ୟୁ ଗୋଛାୟତ୍, ଶୁଭମ ପି କର, ପ୍ରତିକ୍ ଅନୁରାଗ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଶ୍ୱ ପ୍ରାର୍ଥନା ଦିବସ ଉପଲକ୍ଷେ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରତିପାଦନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here