କେନ୍ଦ୍ରାପଡାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଉଦୟନଗର ସ୍ଥିତ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମ ସହିତ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରୁ ପ୍ରାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ପରେପରେ ମାନ୍ୟବର ସାଂସଦଙ୍କ ସମେତ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡା ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଏଇ ଦିବସ ପାଳନ ଅବସରରେ ତାଙ୍କର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରତିପାଦନ କରିଥିଲେ । ଅନ୍ୟାନ୍ୟ ମଞ୍ଚାସୀନ ଅତିଥୀ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ଯୁବ ବିଜେଡି ସଭାପତି ରାଜେଶ ଦାସ, ରାଜ୍ୟ ସହସଂମ୍ପାଦକ ରାଜେଶ ପଣ୍ଡା, ବିଜେଡି ବ୍ଲକ୍ ସଭାପତି ଆଲୋକ ସାହୁ, ଛାତ୍ର ନେତା ପ୍ରଦୀପ୍ତ କୁମାର ସାହୁ, ନଗର ସଭାପତି ଜଜାତୀ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରତିପାଦନ କରିଥିଲେ । ଆହୁରି ମଧ୍ୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବେହେରା ତାଙ୍କ ଅଭି ଭାଷଣରେ କହିଥିଲେ ଯେ-ଆଗାମୀ ପଞ୍ଚୟତ ଇଲେକସନରେ ପୁନ୍ନରାୟ କିପରି ପୁଣି ୫ଟି ବିଧାନ ସଭା ନିର୍ବାଚନରେ ଥିବା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଆସନ ଗୁଡିକ ବିଜୁ ଜନତା ଦଳ ହାତରେ ଲାଗିବ ଏବଂ ସେହି ପଞ୍ଚାୟତ ଭୋଟକୁ ଆଖି ଆଗରେ ରଖି ଏବେଠାରୁ ତୃଣ ମୂଳ ସ୍ତରରୁ ଆରମ୍ଭ କରି ପ୍ରତ୍ୟକଟି ଗାଁ ଗାଁ ଓ ସାସି ବସ୍ତି ଏବଂ ୱାର୍ଡ଼ ୱାର୍ଡ଼ରେ ବୁଲି ବୁଲି କର୍ମୀ ସଂଗଠନକୁ ସୁଦୃଢରୁ ଅତି ସୃଦୁଢ କରାଯାଇ ପାରିବ ଏବଂ ପ୍ରଥମେ କର୍ମୀ ସଚେତନତା ଉପରେ ବିଶେଷ ଭାବେ ଗୁରୂତ୍ୱ ଆରୋପ କରାଯିବା ସହିତ ମାକୁ ସମ୍ମାନ ଓ ଗାଁକୁ ରକ୍ଷାର ଯେଉଁ ନାରାବାଜୀ ବା ଆହ୍ୱାନ ଆଗରୁ ନବୀନ ବାବୁଙ୍କର ରହିଛି ତାର ସଦୁପ ଯୋଗ ହେବା ସଂଗେ ସଂଗେ ମହିଳା ଶଶକ୍ତି କରଣର ଭିର୍ତ୍ତିଭୂମି ପ୍ରତିଷ୍ଠା ଓ ଉର୍ଣ୍ନତି କରଣ କରାଯାଇ ପାରିବ ସେଥିପ୍ରତି ଆଗରୁ ମଧ୍ୟ ନବୀନ ସରକାର ପ୍ରତିଶୃତି ବଦ୍ଧତାର ସହିତ ଦୀର୍ଘ ୨୧ବର୍ଷ ହେବ ୪ପିଢିଧରି କାର୍ଯ୍ୟକରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ୫ମ ଥରପାଇଁ ଆମର ପ୍ରିୟ ମୂଖ୍ୟ ମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁଣି ୫ମ ମୂଖ୍ୟ ମନ୍ତ୍ରୀଭାବେ ତାଙ୍କ ଆସନ ଅଳଙ୍କୃତ କରିବେ ବୋଲି ସାଢେ ୪କୋଟି ଜନତାଙ୍କ ଆଶା ଆଉ ବିଶ୍ୱାସ ରହିଛି । ଏବେଠାରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପ୍ରତି ମଧ୍ୟ ଯଥୋଚିତ ଦୃଷ୍ଟି ରାଜ୍ୟ ସରକାର ଦେଉଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୂର୍ଗାଶିଶ୍ ମହାନ୍ତି, ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଭଜକୃଷ୍ନ ରାଉତ, ଓଡିଆ ଚଳଚିତ୍ର ପ୍ରଡ୍ୟୁସର ମାନସ କୁମାର ସାହୁ,ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ରୋସନା ସାହୁ ଏବଂ ଧିରେନ କୁମାର ସାହୁ,ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା ଓ କାଳିପ୍ରସାଦ ମିଶ୍ର, ସଂଖ୍ୟାଲଘୁ ସେଲର ସଭାପତି ସେକ୍ ଚନ୍ଦନ ଓ ସେକ୍ ମତେ, ଧୂମାନ୍ତ ସରପଞ୍ଚ ନରହରୀ ପାଣୀ ଏବଂ ସମିତି ସଭ୍ୟା ଶ୍ରୀମତୀ ରେଣୁଲତା ସାହୁ, ସମାଜସେବୀ ସରୋଜିନୀ ନନ୍ଦ ଓ ଟୁନୀ ପ୍ରଭା ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ଉପଲକ୍ଷେ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ରଖିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here