କେନ୍ଦ୍ରାପଡାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଉଦୟନଗର ସ୍ଥିତ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ଜିଲ୍ଲା ବିଜେଡି ପକ୍ଷରୁ କରାଯାଇଥିଲା । ଏହି ମେଗା ରକ୍ତଦାନ ଶିବିରକୁ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଓ ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ମୂଖ୍ୟ ଅତିଥିଭାବେ ଯୋଗଦେଇ ଫିତାକାଟି ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରୁ ପ୍ରାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡା, ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ଦାସ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳ, ୮ -ନଂ-ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଜେନା, ବିଜେଡି ଉପଦେଷ୍ଟା ଶ୍ରୀଯୁକ୍ତ ମାନସ କୁମାର ସାହୁ, ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ଆଲୋକ ସାହୁ, ଛାତ୍ର ନେତା ପ୍ରଦୀପ୍ତ କୁମାର ସାହୁ, ନଗର ସଭାପତି ଜଜାତୀ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟରେ କହିଥିଲେ ଯେ-ରକ୍ତଦାନ ଏକ ଜୀବନ ଦାନ ବା ମହତଦାନ ବୋଲି କହିବା ସଂଗେ ସଂଗେ ସୋଇଛାରେ ରକ୍ତଦାନ କରିଥିବା ଯୁବକ ଯୁବତୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ସାଟିଫିକେଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୂର୍ଗାଶିଶ୍ ମହାନ୍ତି, ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଭଜକୃଷ୍ନ ରାଉତ,ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ରୋସନା ସାହୁ ଏବଂ ଧିରେନ କୁମାର ସାହୁ,ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା ଓ କାଳିପ୍ରସାଦ ମିଶ୍ର, ବରିଷ୍ଠ ସାମ୍ବାଦିକ ଦୂର୍ଗା ପ୍ରସାଦ ପତି ଓ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ସଂଖ୍ୟାଲଘୁ ସେଲର ସଭାପତି ସେକ୍ ଚନ୍ଦନ ଓ ସେକ୍ ମତୁ, ଧୂମାନ୍ତ ସରପଞ୍ଚ ନରହରୀ ପାଣୀ ଏବଂ ସମିତି ସଭ୍ୟା ଶ୍ରୀମତୀ ରେଣୁଲତା ସାହୁ, ସମାଜସେବୀ ସରୋଜିନୀ ନନ୍ଦ ଓ ଟୁନୀ ପ୍ରଭା ନାୟକଙ୍କ ପ୍ରମୁଖଙ୍କ ସମେତ ବହୁ ଜ୍ଞାନୀ, ଗୁଣୀ ଓ ବିଦ୍ୱାନ ବ୍ୟକ୍ତି ଓ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ରହି କରତାଳି ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here