ଏରସମା ରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୁଶାନ ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ଗ୍ରାମରେ ଆଜି ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସ ସୁଶାସନ ଦିବସ ପାଳନ କରାଯାଇଥିଲା। ଏହାକୁ କେନ୍ଦ୍ରପ୍ରେଟ୍ରୋଲୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। 1999 ମସିହାରେ ପ୍ରଳୟଙ୍କରୀ ମହାବାତ୍ୟା ରେ ଏରସମା ଅଂଚଳ ଧୋସ୍ତ ବିଦ୍ଧ୍ୱସ୍ତ ହୋଇଯାଇଥିଲା।ସେତବେଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉତ୍ତମ ପଦକ୍ଷେପ ଯୋଗୁ ଉଜୁଡା ଏରସମା ଏବେ ସଜାଡି ହୋଇଯାଇ ଥିବା ମନ୍ତ୍ରୀ କହିଥିଲେ। ସୁଶାନ ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷି କହିଥିଲେ ଏପର୍ଯ୍ୟନ୍ତ ରାଜ୍ୟସରକାର ଚାଷୀଙ୍କ ତାଲିକା ଦେଇ ନାହାନ୍ତି।ମୋଦି ସରକାର ଏବେ ଆତ୍ମନିର୍ଭରଶୀଳ ଭାରତ ଗଠନ କରିଛନ୍ତି।ଏଥିରେ ମଧ୍ୟ ଓଡ଼ିଶା ମଧ୍ୟ ଲାଭବାନ ହେବ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲା ପ୍ରଭାରୀ ସାରଦା ପ୍ରଧାନ, ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଅଟଳ ସ୍ମୃତି ପରିଷଦ ସଭାପତି ନୂର୍ସିଙ୍ଗ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତାପନକୁମାର ବେହେରା, ବାଲିକୁଦା ଏରସମା ବିଜେପି ନେତା ଶିବବ୍ରତ ଦାସ ,ଅମିତା ଦାସ,ମିଡିଆ ସେଲର ଗଣେଶ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲ୍ଲାରୁ ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here