ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଦାବିରେ ବିକାଶ ପରିଷଦ ଭିତ୍ତିଭୂମି ଭିଡିଓ ପ୍ରସ୍ତୁତ

ପଟ୍ଟାମୁଣ୍ଡାଇ ରାଜସ୍ବ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ଦୀର୍ଘ ୧୨ବର୍ଷ ହେଲା ଆନ୍ଦୋଳନ,ଧାରଣା,ଅନଶନ ଜାରି ରଖି ଆସିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା କରିବା ପାଇଁ ସମସ୍ତ ଭିତ୍ତିଭୂମି ରହିଥିବା ସମ୍ପର୍କରେ ସରକାରଙ୍କୁ କାଗଜପତ୍ର ପ୍ରଦାନ କରାଯାଇଛି। ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରିବା ଦାବି ସମ୍ପର୍କରେ ଆଲୋଚନା କରାଯାଇ ତାହା ସରକାରଙ୍କ ବିଚରାଧିନ ଥିବା ତତ୍କାଳୀନ ରାଜସ୍ଵ ମନ୍ତ୍ରୀ ମହେଶ୍ବର ମହାନ୍ତି ବିଧାନସଭାରେ କହିଥିଲେ। ଏଥି ସହିତ ସରକାର ସବଡିଭିଜନ ଘୋଷଣା କରିବା ବେଳେ ପଟ୍ଟାମୁଣ୍ଡାଇକୁ ଅଗ୍ରଧିକାର ଦିଆଯିବ ବୋଲି ସେ ସୁଚାଇ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇକୁ ରାଜସ୍ଵ ସବଡିଭିଜନ ମାନ୍ୟତା ପ୍ରଦାନ ପାଇଁ ବିକାଶ ପରିଷଦ ପକ୍ଷରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା W P (c)11297/2018 ରୁଜୁ କରାଯାଇଥିବା ମାମଲାରେ ହାଇକୋର୍ଟ ବିଚାର କରି ପଟ୍ଟାମୁଣ୍ଡାଇ କୁ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନେବାପାଇଁ ସରକାରଙ୍କ ସ୍ବତନ୍ତ୍ର ସଚିବ ରାଜସ୍ବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର କଟକ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ଚଳିତ ମାସ ୨୧ ତାରିଖରେ କେନ୍ଦ୍ରାପଡା ଗ୍ରସ୍ତରେ ଆସି ବିଚରାଧିନ ଥିବା ରାଜସ୍ବ ସବଡିଭିଜନ ଭିତ୍ତିଭୂମି ସମ୍ପର୍କରେ ରେକର୍ଡ ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଉଛ୍ଛେଦ ହୋଇଯିବା ପରେ ପଟ୍ଟାମୁଣ୍ଡାଇ ରାଜସ୍ବ ସବଡିଭିଜନ ମାନ୍ୟତା ପ୍ରଦାନ ଦାବିରେ ବିକାଶ ପରିଷଦ ଦାବି କରି ଆସୁଛି । ଆରଡିସିଙ୍କ ନିର୍ଦ୍ଦେଶ ପରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତୀଷ୍ଟାତା ବିଜୟ କେତନ ସ୍ଵାଇଁ ସମସ୍ତ କର୍ମକତ୍ତା ଓ ସଦସ୍ୟ ମାନଙ୍କୁ ସୂଚନା ଦେଇ ଲଢେଇ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ ,ଆବାହକ ଆଇନଜୀବୀ କ୍ଷୀରୋଦ ପ୍ରଧାନଙ୍କ ନେତୃତରେ ବ୍ଲକ ସଭାପତି ଆଇନଜୀବୀ ଦେବବ୍ରତ ସ୍ବାଇଁ, ନଗର ସଭାପତି ଆଇନଜୀବୀ ସୌମ୍ୟ ରଞ୍ଜନ ଧଳ,ରାଜନଗର ବ୍ଲକ ସଭାପତି ରଘୁନାଥ ଦାସ,ପଟ୍ଟାମୁଣ୍ଡାଇ ଉପ ସଭାପତି ଦୀଲ୍ଲିପ ସାହୁ,ପ୍ରଦୀପ ରାଉତ,ନିରାକାର ସୁବୁଦ୍ଧି, ଚତ୍ରୁଭୁଜ ପ୍ରଧାନ, ପ୍ରଶନ୍ନ ଜେନା,ଶଶିକାନ୍ତ ପରିଡା,ଲୋକନାଥ ପାତ୍ର, ପ୍ରଫୁଲ୍ଲ କୁମାର ଦାଶ,ଭାଗବତ ବଳ, ଅବିନାଶ ବେହେରା, ମନୋଜ ପଣ୍ଡା, ଉମେଶ ଜେନା, ପ୍ରମୋଦ ଦାଶ,ଆଇନଜୀବୀ ପ୍ରକାଶ ପାତ୍ର,ପ୍ରମୋଦ ସାହୁ, ଭବାନୀଶଙ୍କର ପଣ୍ଡା, ପ୍ରମୋଦ ପଣ୍ଡା,ଆୟତ୍ତପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଦାମଦୋର ରାଉଳ ପ୍ରମୁଖ ସାମିଲ ହୋଇ ପଟ୍ଟାମୁଣ୍ଡାଇ ସମସ୍ତ ସରକାରୀ ଅଫିସ ପରିକ୍ରମା କରିଥିଲେ।
ପଟ୍ଟାମୁଣ୍ଡାଇରେ ସିଭିଲ ଜଜ କୋର୍ଟ ଥିବା ବେଳେ ଏଇ ନିକଟରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବ।ମୁନସିପାଲଟି, ଅଗ୍ନିଶମ କେନ୍ଦ୍ର, ଅବକାରୀ ସବଡିଭିଜନ, ପୋଲିସ ଏସଡିପିଓ କାର୍ଯ୍ୟାଳୟ, ମୂଖ୍ୟ ଡାକଘର,ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ସହିତ ସମସ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ମଧ୍ୟ ରହିଛି ପଟ୍ଟାମୁଣ୍ଡାଇରେ ରାଜସ୍ବ ସବଡିଭିଜନ ପ୍ରତିଷ୍ଠା କରିବା ପାଇଁ ଦୃଢ଼ ଭିତ୍ତିଭୂମି ରହିଥିବା ବେଳେ ପଟ୍ଟାମୁଣ୍ଡାଇ ,ରାଜନଗର,ଆଳି ଓ ରାଜକନିକା ବ୍ଲକର ୮ ଲକ୍ଷ ଲୋକ ଉପକୃତ ହେବା ସଙ୍ଗେ ସଙ୍ଗେ ଅଜଥା ଖର୍ଚ୍ଚାନ୍ତରୁ ମଧ୍ୟ ରକ୍ଷାପାଇବେ ।ପଟ୍ଟାମୁଣ୍ଡାଇ ରାଜସ୍ବ ସବଡିଭିଜନ ପ୍ରତିଷ୍ଠା ପାଇଁ ସମସ୍ତ କ୍ଷେତ୍ର ସହିତ ଆବଶ୍ୟକ ଲୋକ ସଂଖ୍ୟା ରହିଥିବା ବେଳେ ଜନସାଧାରଣ ସବଡିଭିଜନ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here