ଆଳିରେ ମହିଳା ମହାସଂଘ ମିଶନ ଶକ୍ତିର ନୂର୍ତନ ଗୃହ ଉଦଘାଟନ : କେନ୍ଦ୍ରାପଡା

ଆଜି ଆଳି ମହିଳା ମହାସଂଘ ନିମନ୍ତେ ମିଶନ ଶକ୍ତିର ନୂର୍ତନ ଗୃହକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୧୧ଘଟିକା ସମୟରେ ଉଦଘାଟନ କରିବା ସଂଗେ ସଂଗେ ତାଙ୍କ ଅଭି ଭାଷଣରେ କହିଥିଲେ ଯେ -ନାରୀ ହେଉଛି ସମାଜର ଏକ ମୂଖ୍ୟ ଅଂଗ ଏବଂ ମହିଳା ମାନେ ପ୍ରତ୍ୟେକଟି ସାମାଜିକ କାର୍ଯ୍ୟରେ ଯୋଗଦେବା ସଂଗେ ସଂଗେ ଦିନକୁ ଦିନ ମହିଳା ମାନେ ସରକାରଙ୍କର ବିଭିନ୍ନ କର୍ମ ନିୟୋଜନ ଯୋଜନାରେ କାର୍ଯ୍ୟ କରିବା ଉଚ୍ଚିତ । ନାରୀ ମାନଙ୍କ ପାଇଁ ବିଶେଷ କରି ରାଜ୍ୟ ସରକାର ବିଭିନ୍ନ ଯୋଜନା ପରେ ଯୋଜନା ହାତକୁ ନେଉଛନ୍ତି ଓ ନାରୀ ବା ମହିଳା ମାନଙ୍କୁ କିଭଳି ଆଗାମୀ ଦିନରେ ଅଧିକରୁ ଅଧିକ ଶହଶକ୍ତି କରଣ କରାଯାଇ ପାରିବ ସେଥିପ୍ରତି ନବୀନ ସରକାର ପ୍ରତ୍ୟକଟି ମୁହୁର୍ତ୍ତରେ ଚେଷ୍ଟା ଜାରୀ ରଖିଛି ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝରଣା ଦାସ, ସିଡିପିଓ, ସ୍ଥାନୀୟ ସରପଞ୍ଚଙ୍କ ସମେତ ସିଂଗିରୀ ଗ୍ରାମ ପଞ୍ଚାୟତ ମହିଳା ମହା ସଂଘର ସଭାପତି ଶ୍ରୀମତୀ ଅଞଳୀ ଦାସ, ଉପସଭାପତି ଦିପ୍ତିମୟୀ ବେହେରା, ସଂମ୍ପାଦକ ସୁଜାତା ସାହୁ, ସଭାନେତ୍ରୀ ଶୈଳବାଳା ସାହୁ, କୋଷାଧ୍ୟକ୍ଷ ସଂଘମିତ୍ରା ସାହୁ, ସମାଜସେବୀ ରିନାରାଣୀ ମହାଳୀ, ନାରୀନେତ୍ରୀ ସୁହାନା ବେଗମ୍, ବାସନ୍ତି ରାଉତ, ଆଶାଲତା ସାହାଣୀ ଓ ମିନାକ୍ଷୀ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।


କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here