କେନ୍ଦ୍ରାପଡା ମନକରପୁର ରେସୁଆ ସ୍ୱାଧାର ଗୃହରେ ଖ୍ରୀଷ୍ଟ୍ ମାସ୍ ଡେ ପାଳନ

ଆଜି କେନ୍ଦ୍ରାପଡା ଜିଲ୍ଲା ପୌରସଂସ୍ଥା ଅନ୍ତର୍ଗତ ମନକରପୁର ସ୍ଥିତ ରେସୁଆ ସ୍ୱାଧାର ଗୃହ ପରିସରରେ ଅନ୍ତେବାସିନୀ ମାନଙ୍କ ଗ୍ରହଣରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଓ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ଅଗ୍ରୱାଲ୍ ଉପସ୍ଥିତ ରହି ଖ୍ରୀଷ୍ଟ୍ ମାସ୍ ଡେକୁ କରୋନା ମହାମାରୀ ବା କୋଭିଡ୍-19 ଗାଇଡ୍ ଲାଇନ୍ ମୁତାବକ ସାମାଜିକ ଦୂରତା ରକ୍ଷାକରି, ମାକ୍ସ୍, ସାନିଟାଇଜର ପ୍ରଭୃର୍ତି ବ୍ୟବହାର କରି ପାଳନ କରିଥିଲେ । ସ୍ୱାଧାର ଗୃହରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ପଚାରୀ ବୁଝିବାପରେ ଟିଭି, ୱାସିଂଗ୍ ମେସିନ୍ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବା ଜିନିଷ ଅନ୍ତେବାସିନୀ ମାନଙ୍କ ନିମନ୍ତେ ତୁରନ୍ତ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ଧୂପକାଠୀ, କାଗଜ ଥାଳିଆ ପ୍ରଭୃର୍ତି ଜିନିଷ ତିଆରି କରି ନିଜକୁ ରୋଜଗାର କ୍ଷମ ବା ଆତ୍ମ ନିର୍ଭରଶୀଳ କରାଇ ପାରିଥିବା ୨ଜଣ ମହିଳା ଏବଂ ୩ଜଣ ଶିଶୁ ମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ପୁରଷ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ, ଶିଶୁ ମଂଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ତଥା ସଦସ୍ୟା ଶ୍ରୀମତୀ ଶ୍ମିତାଞଳି ମହାପାତ୍ର, ସୁହାନା ୱାର୍ସି, ମିନତୀ ମହାରଣା, ରଞୁ ରାଉତରାୟ, ପ୍ରମିଳା ଜେନା ଓ ଏମ୍. ଡି. ଫଏଜ୍ ଏବଂ ଲିଆକତ୍ ହୁସେନ୍ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।


କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here