ବିଜେପି ପକ୍ଷରୁ କେନ୍ଦ୍ରାପଡା ଗୋପସ୍ଥିତ କମଲ ଭବନଠାରେ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ

କେନ୍ଦ୍ରାପଡା: ପାଞ୍ଚ ନମ୍ବର ଜାତୀୟ ରାଜପଥ କଡ ଗୋପସ୍ଥିତ କମଲ ଭବନଠାରେ ବିଜେପି ପକ୍ଷରୁ ଆମ ଦେଶର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ରୂପେ ବହୁ ଆଡମ୍ବର ପୂର୍ଣ୍ଣ ସହକାରେ ପଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଭୁବନେଶ୍ୱର ପ୍ରଭାରୀ ଶ୍ରୀଯୁକ୍ତ ଭୂବନ ମୋହନ ଜେନା ଯୋଗଦେଇ ଥିବାବେଳେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ । ମଞ୍ଚରେ ମଞ୍ଚାସୀନ ଅତିଥୀମାନଙ୍କ ଗ୍ରହଣରେ ଧର୍ମରେଖା ସେନାର ପ୍ରାନ୍ତ ପ୍ରମୁଖ ଶ୍ରୀଯୁକ୍ତ ଉମେଶ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ସାହୁ, ପୂର୍ବତନ ଜିଲ୍ଲା ଉପ ସଭାପତି ଉର୍ମିଳା ସେଠୀ, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ କାନନବାଳା ଦାସ ରହି ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମଞ୍ଚାସୀନ ଆତିଥି ମାନଙ୍କ ଦ୍ୱାରା ଦେଶରେ ୧୯୭୫ ମସିହାରେ ଜାରୀ ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ବ୍ୟକ୍ତି ସ୍ୱାଧୀନତା, ଗଣତାନ୍ତ୍ରିକ ନଗରିକତା ଅଧିକାର, ଗଣମାଧ୍ୟମର କଣ୍ଠରୋଧ ବିରୋଧରେ ଆନ୍ଦୋଳନ କରି ଦୀର୍ଘ ଦାନଧରି ଜେଲରେ ରହି ବନ୍ଦି ଜୀବନ ବିତାଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ (୧)-ହୃଶିକେଶ ରଥ, (୨)- ସାମ୍ବାଦିକ ରବି ନାରାୟଣ ପତି, (୩)- ଲୋକ ତନ୍ତ୍ର ସେନାନୀ ମଞ୍ଚର ରାଜ୍ୟ ସମ୍ପାଦକ ବିଷ୍ଣୁ ପଦରାଜ ମହାନ୍ତି, (୪)- ତତକାଳୀନ ରେଭେନସା ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି କାହ୍ନୁ ଚରଣ ବେହେରା,(୫)- ହରିଶ୍ଚନ୍ଦ୍ର ଜେନା, (୬)- ଧୂଳ ଚରଣ ପ୍ରଧାନ, (୭)- ଡମ୍ବରୁଧର ଘଡେଇ,(୮)- ଦେବୀ ପ୍ରସାଦ ନାୟକ,(୯)- ବ୍ରଜ କିଶୋର ଓଝା, (୧୦)- ବ୍ରହ୍ମାନନ୍ଦ ସ୍ୱାଇଁ,(୧୧)- ଉମାକାନ୍ତ ଦାସ,(୧୨)- ଡାକ୍ତର ସୁରରେନ୍ଦ୍ର ନାଥ ବେହେରା, (୧୩)- ବିନାୟକ ସେନାପତି ଓ ନାରାୟଣ ପୃଷ୍ଟିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରସନ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଦାସ, ନାରୀନେତ୍ର ମଞୁଲତା ମଲ୍ଲିକ, ପରିଭାଇଙ୍କ ସମେତ ନାରଦ ଚନ୍ଦ୍ର ବିଶ୍ବାଳ, ରେଶ୍ମୀ ଚକ୍ରବର୍ତ୍ତୀ, ଅମୃର୍ତ ମହାନ୍ତି, ହେମନ୍ତ କୁମାର ପରିଡା, ଅଂଶୁମାନ ଦାସ, ରଶ୍ମିରଞ୍ଜନ ପ୍ରଧାନ, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here