ଜଗତସିଂହପୁର ବିଜେଡିର 24ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ସ୍ଥାନୀୟ ସାରଦାମଣ୍ଡପ ଠାରେ 24ତମ ବିଜୁଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ମନୋଜ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଥିଲେ ଆମେ ଆଜି କଟକଣାକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ଜନ୍ମ ଦିବସ ବା ପ୍ରତିଷ୍ଠା ଦିବସ ପାଳୁଛୁ। ବିଜୁଜନତା ଦଳ କର୍ମୀଙ୍କ ମନରେ ଉନ୍ମାଦନା ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ତଥା ବିଶ୍ୱାସ କରି ସାଧାରଣ ଲୋକ ମାନେ ବିଜୁଜନତା ଦଳକୁ ଭଲ ପାଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ଏବଂ ଓଡ଼ିଶାବାସୀଙ୍କର ଅକୁଣ୍ଠ ସମର୍ଥନ ଯୋଗୁଁ ବିଜୁଜନତା ଦଳ ଆଗକୁ ବଢିବାର ଉଚ ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ବ୍ଳକ ଚେୟାର ମ୍ୟାନ ବିଜୟଲକ୍ଷ୍ମୀ ବେହେରା,ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ବିଜେଡି ର ବରିଷ୍ଠ ନେତା ଦୀପ୍ତି ଦାସ,ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ, ଦୋଳଗୋବିନ୍ଦ ଦାଶ, ଓକିଲ ସଂଘର ସଭାପତି ସୁବ୍ରତ ଶତପଥୀ,ଯୁବ ନେତା ରତିରଞ୍ଜନ ବେହେରା ,ସରୋଜକୁମାର ବିଶ୍ଵାଳ, ପୁର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୂ,ଜିଲାପରିସଦ ସଭ୍ୟ ଜଗନ୍ନାଥ ମୁଦୁଲି, କିରଣ ବାଳା ସାସମଲ,ବ୍ଳକ ଉପାଧକ୍ଷ ପ୍ରସନ୍ନ ମହାନ୍ତି, ପୂର୍ବତନ ବ୍ଳକ ଅଧକ୍ଷ ପ୍ରସନ୍ନ ସ୍ୱାଇଁ, ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି,ପ୍ରକାଶ ବସ୍ତିଆ,ଛାତ୍ର ସଭାପତି ସମିତ ଲେଙ୍କା,ପ୍ରମୂଖ ରାଉତ,ସୁବାସ ଗୋଛାୟତ ପ୍ରମୂଖ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇ ନବୀନ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟବଳୀ ଉପରେ ଆଲୋକପାତ କରିଥିଲେ । ବିଜେଡି ନଗର ସଭାପତି ଶ୍ରୀ ମହାପାତ୍ର କହିଥିଲେ ଆଗକୁ ପୋୖରନିର୍ବାଚନ ତେଣୁ ଆମେ ସମସ୍ତେ ସଂକଳ୍ପ ନେବା ଜଗତସିଂହପୁର ପୋୖରାଞ୍ଚଳର21ଟି ୱାର୍ଡକୁ ବିଜୟ କରି ବିଧାୟକଙ୍କ ହାତମୁଠାକୁ ଶକ୍ତ କରିବା।ମାନ୍ୟବର ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ଯୋଗୁ ଜଗତସିଂହପୁର ପୋୖରାଞ୍ଚଳର ବିକାଶ ହେବାରେ ଲାଗିଛି । ଆଗାମୀ ଦିନରେ ଜଗତସିଂହପୁର ପୋୖରାଞ୍ଚଳ ବିଧାୟକ ଙ୍କ ପ୍ରଚେଷ୍ଟା ରେ ଏକ ନମ୍ବର ହୋଇପାରିବ ବୋଲି ନିଜବକ୍ତବ୍ୟରେ କହିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here