ଜମିବାଡ଼ି ବିବାଦକୁ ନେଇ ବିଶପୁର ଗ୍ରାମରେ ଡବଲ ମଡ଼ର୍ର ମା , ବାପାଙ୍କର ହତ୍ୟାକାରୀ ସାଜିଲା ବଡ ପୁଅ : ସୁନ୍ଦରଗଡ଼

ଜମି ବିବାଦକୁ ନେଇ ବଳି ପଡିଲେ ମା ,ବାପା ,ହତ୍ୟାକାରୀ ସାଜିଲା ବଡ ପୁଅ ‌। ଜମିବାଡ଼ି ବିବାଦକୁ ନେଇ ବଡପୁଅ ପନିକି ଓ ଶିଳପୂଆ ରେ ଛେଚି , କାଟି ହତ୍ୟା କରିଥିଲା ବୃଦ୍ଧ ବାପା ମାଙ୍କୁ। ଏଭଳି ଏକ ଅଭlବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ବିଶିପୁର ଗ୍ରାମରେ। ସାମାନ୍ୟ ଜମି ବିବାଦକୁ ନେଇ ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ବିଶପୁର ଗ୍ରାମର ମୂଳ ବାସିନ୍ଦା ମୋନବଦ ସିଂ ଓ ପତ୍ନୀ ଲୀଳା ସିଂ ନିଜର ଦୁଇ ପୁଅ ଜୟ ସିଂ ଓ ସୁନୀଲ ସିଂ ସହ ରହୁଥିଲେ l ଜୟ ସିଂ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରି କେବେ କେବେ ଗାଁକୁ ଫେରୁଥିଲା । ତେବେ କରୋନା ଯୋଗୁ କିଛି ମାସ ପୂର୍ବରୁ ଫେରିଆସି ଗାଁରେ ରହୁଥିଲା l ଜମି ବିକିବା ପାଇଁ ଘରେ ଆଲୋଚନା ଚାଲିଥିବା ବେଳେ ଏହା ପୂର୍ବରୁ ମଧ୍ୟ ବାରମ୍ବାର ଜମି ବିକ୍ରି ନ କରିବା ପାଇଁ କହିଥିବା ଜୟସିଂ ରାଗରେ ଉଦ୍ତକ୍ଷୀପ୍ତ ହୋଇ ଧାରୁଆ ପନିକି ଓ ଶିଳପୂଆରେ ବାପ ମାଙ୍କୁ ଆକ୍ରମଣ କରିବାରୁ ଓ ମୁଣ୍ଡରେ ପ୍ରବଳ ଆଘାତ ଦେବାରୁ ଅଜଶ୍ର ରକ୍ତଶ୍ରାବ ଯୋଗୁଁ ଘଟଣା ସ୍ଥଳରେ ବୃଦ୍ଧ ବାପ ମାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଆକ୍ରମଣ ସମୟରେ ଜୟ ସିଂ ଙ୍କ ପତ୍ନୀ ବାଧା ଦେବାରୁ ରକ୍ତମୁଖା ଜୟ ସିଂ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସାନ ପୁଅ ସୁନୀଲ ଘରେ ନ ଥିବା ବେଳେ ବଡ ପୁଅ ଜୟ ସିଂ ବୃଦ୍ଧ ବାପ ମାଙ୍କୁ ହତ୍ୟାକରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସାନ ପୁଅ ସୁନୀଲ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପୋଲିସଶ ସାଇଣ୍ଟିକଫିକ ଦଳ ସହ ଘଟଣାସ୍ଥଳକୁ ପହଞ୍ଚି ଥିଲେ l ସାଇଣ୍ଟିଫିକ ଦଳର ଯାଞ୍ଚ ପରେ ବିଶ୍ରା ପୋଲିଶ ଶବ ଦୁଇଟି ଜବଦ କରି ବ୍ୟଛେଦ ପାଇଁ ପଠାଇବା ସହ ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି l ହତ୍ୟାରେ ବ୍ୟବହୃତ ପନିକି ଓ ଶିଳପୂଆକୁ ମଧ୍ୟ ଜବଦ କରିଛି ପୋଲିଶ । ଏ ନେଇ ବିଶ୍ରା ଥାନାରେ ଏକ ଡବଲ ମଡ଼ର୍ର ମାମଲା ରୁଜୁ ହୋଇଛି l ଅଭିଯୁକ୍ତକୁ ଖୋଜୁଛି ପୋଲିଶ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here