ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଅନ୍ୟ ଜଣେ ଅତ୍ୟନ୍ତ ଗୁରୁତର : ବଣେଇ

ସୁନ୍ଦରଗଡ/ ବଣେଇ: ସଡକ ଦୁର୍ଘଟଣା ନେଲା ଆଉ ଏକ ଜୀବନ । ପୁନଶ୍ଚ ଏକ ରାସ୍ତା ଦୁର୍ଘଟଣାରେ ଚାଲିଗଲା ଏକ ଯୁବକର ଅମୂଲ୍ୟ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ଗ୍ରାମ ନିକଟସ୍ତ ଦେଓଧର ମୋଡରେ ଘଟିଛି ସଡକ ଦୁର୍ଘଟଣା । ବଣେଇ ପଟୁ ନିଜର କାର୍ଯ୍ୟ ସାରି ଦୁଇଜଣ ଯୁବକ ଓଆର ୧୪ ଏକ୍ସ ୯୮୦୧ ନଂ ବାଇକରେ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ମୋଡ ନିକଟରେ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ମୃତ ବାଇକ ଆରୋହୀ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ଗ୍ରାମର ବାସୀନ୍ଦା ସୁକେଶ ଲାକ୍ରା (୨୮) ବୋଲି ଜଣାପଡିଛି । ତେବେ ବାଇକରେ ଥିବା ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଲହୁଣୀ ପଡା ଓ ପରେ ବଣେଇ ଚିକିତ୍ସାଳୟ ନିଆଯାଇଥିଲା ତେବେ ସେ ଅଚେତ ଅବସ୍ଥାରେ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତରିଟ କରାଯାଇଛି , ହେଲେ ତାଙ୍କର ପରିଚୟ ମିଳିପାରି ନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ଚାନ୍ଦୀପୋଷ ଥାନା ଅଧିକାରୀ ସତୀଷ ଚନ୍ଦ୍ର ନାଏକ ସହକର୍ମୀଙ୍କ ସହ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଗ୍ରସ୍ତ ବାଇକକୁ ମଧ୍ୟ ଜବତ କରିଥିଲେ । ଏ ନେଇ ଚାନ୍ଦିପୋଷ ଥାନାରେ ଏକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମତବ୍ୟକ୍ତ କରିଥିଲେ । ପୋୟିଶର ତଦନ୍ତ ଜାରି ରହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here