କ୍ୟାନସର ପିଡୀତ ମଦନ ମୋହନ ଗେରୁଙ୍କୁ ସାହାଯ୍ୟର ହାତ ବଢାଇଲେ ଶିକ୍ଷାବିତ୍ ଓ ସମାଜସେବୀ ପାର୍ଥସାରଥୀ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଟାଉନ୍ ବଳରାମପୁର ଗ୍ରାମର ଦୀର୍ଘ ୮ବର୍ଷ ହେବ କ୍ୟାନସର ରୋଗରେ ପିଡୀତ ମଦନ ମହୋନ ଗେରୁଙ୍କୁ ବଳଦେବ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା ତାଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ମଦନଙ୍କ ଚିକିତ୍ସା ବା ଅପେରେସନ୍ ଖର୍ଚ୍ଚ ବାବଦକୁ ପ୍ରାୟ ନଗଦ ୬ହଜାର ଟଙ୍କା ସାହାଯ୍ୟ କରିଛନ୍ତି । ଖବର ନେବାରୁ ଜଣାପଡିଛି ଯେ-ମଦନ ମୋହନ ୨୦୧୨ ମସିହାରୁ ଦୀର୍ଘ ୮ ବର୍ଷ ହେବ ମୂଖ କ୍ୟାନସର ଭଳି ଏକ ଦୂରା ରୋଗରେ ପିଡୀତ ହୋଇ ଘରେ ଜୀବନ ଜୀବିକା ସହିତ ସଂଘର୍ଷ କରୁଥିବା ବେଳେ ଗ୍ରାମ ବାସୀମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ପରିବାର ଲୋକେ ଯଥା ତାଙ୍କ ପତ୍ନୀ ଶ୍ରୀମତୀ ଗେରୁ ଓ ପୁଅ ମାଗିଯାଚି ପରଘରେ ମୂଲ ପାଇଟି କରି ମଦନକୁ ଅପେରେସନ୍ କରି ଟିକେ ଭଲ କରିଥିଲେ । ହେଲେ ଦଇବ ସାଜିଲା ବାଧକ, ପୁଣି ମଦନ ମୋହନଙ୍କର ଉକ୍ତ ରୋଗ ବାହାରିବାରୁ ମୁହଁ ସହିତ ଗୋଡହାତ ସମ୍ପୂର୍ଣ୍ଣ ଭାବେ ଫୁଲି ଯିବା ଦ୍ୱାର ପୂର୍ଣ୍ନରାୟ ମଦନ ମୋହନ ବିଛଣାରେ ପଡି ଯିବାରୁ ପରିବାର ଲୋକେ ବିଚରା ପାଖରେ ଟଙ୍କା ପଇସା ନଥିବାରୁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ସେପଟେ ମଦନ ମୋହନର ସପରିବାର ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ କୌଣସି ସରକାରୀ ସାହାଯ୍ୟ ସହଯୋଗ ଓ ସୁଫଳ ନମିଳିବାରୁ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଥିବା କୋହଭରା କଣ୍ଠରେ କୁହନ୍ତି ମଦନଙ୍କ ପତ୍ନୀ ଶ୍ରୀମତୀ ଗେରୁ । ଏପଟେ ଗ୍ରାମବାସୀ ମିଳିତ ଭାବେ କେମିତି ଓ କିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ମିଳିପାରିଲେ ହୁଏତ ବିଚରା ଗରିବ ଅସହାୟ ମଦନ ଏପରି ଦୁର୍ଦ୍ଦିନରୁ ହୁଏତ ଆଉଥରେ ଅପେରେସନ ହୋଇ ସୁସ୍ଥ ହେବା ସଂଗେ ସଂଗେ ନିଜର ଜୀବନବଞ୍ଚାଇ ପାରନ୍ତା ବୋଲି ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କୁ ଗଣମାଧ୍ୟମ ଜରୀଆରେ ନିବେଦନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here