ଭାରତୀୟ ମାନବାଧିକାର ପରିଷଦ ଦ୍ବାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଜେ କେ ମଣ୍ଡପ ପରିସରରେ ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଏ ଏନ୍ ଆଇ ର ଟେକ୍ନିକାଲ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବିନାରାୟଣ ବେହେରା ଯୋଗଦେଇ ଫିତାକାଟି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଆଲୋକ ଚନ୍ଦ୍ର ସ୍ୱାଇଁ, ପ୍ରଫେସର ଅଜୟ କୁମାର ରାଉତ,କେନ୍ଦ୍ରାପଡା ମାନବଧିକାର କମିଶନର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ନିରଞନ ପରିଡା ପ୍ରମୁଖ ମଞ୍ଚାସୀନ ଅତିଥିମାନେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ରକ୍ତଦାତା ମାନଙ୍କଠାରୁ ପ୍ରାୟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଦୁଭୂଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବାଶିଷ ମହାନ୍ତି ଓ ପ୍ରଫୁଲ୍ଲ କୁମାର ଦାସ ଏବଂ ସମାଜସେବୀ ଓ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା,ଓଡାଆ ଚଳଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ, ସାମ୍ବାଦିକ ରଞନ କୁମାର ସାହୁ ଓ ଗୌତ୍ତମ ସହୁ ପ୍ରମୁଖ ଏବଂ ବହୁ ସ୍ଥାନୀୟ ଯୁବକ ଓ ଗଣମାଧ୍ୟମର ପ୍ରତିନିଧି ଜ୍ଞାନୀ, ଗୁଣୀ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ୱେଛାକୃର୍ତ୍ତ ଭାବେ ରକ୍ତ ଦାନ କରିଥିବା ରକ୍ତଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ କରତାଳି ଦେଇ ଉତ୍ସାହିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here