ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଆଜି କେନ୍ଦ୍ରାପଡା ଟାଉନ୍ ହଲ ପରିସରରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ଭଳଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା,ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ଦାସ, ବ୍ଲକ୍ ସଭାପତି ଆଲୋକ କୁମାର ସାହୁ, ନଗର ସଭାପତି ଜଜାତୀ କେଶରୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ରହି ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରତି ପାଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସେଲର ସଭାପତି ଶ୍ରୀଯୁକ୍ତ ଦେବଦାସ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ରୋସନା ସାହୁ, ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ହିରଣ୍ଯ କୁମାର ପଣ୍ଡା ଓ କାଳିପ୍ରସାଦ ମିଶ୍ର,ବିଜେଡି ଉପଦେଷ୍ଟା ମାନସ କୁମାର ସାହୁ, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଗଗନ ବିହାରୀ ଜେନା, ପୂର୍ବତନ କାଉନ୍ସିଲର ଦୂର୍ଗାପ୍ରସାଦ ପତି,ସଂଖ୍ୟାଲଘୁ ସଭାପତି ସେକ୍ ଚନ୍ଦନ, ସେକ୍ ମତୁ, ନାରାୟଣ ସାହୁ, ସେକ୍ ଅକମଲଙ୍କ ସମେତ ବହୁ କାଉନସେଲର ଏବଂ ପୂର୍ବତନ ଉପାଧ୍ୟକ୍ଷା ସବୀତା ସାହୁ, ସରପଞ୍ଚ ନରହରୀ ପାଣି, ନାରୀନେତ୍ରୀ ଅନୀତା ମହାନ୍ତି, ଆଇନଜିବୀ ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here