ଡିଭାଇଡର ଓ ଟ୍ରକରେ ପିଟି ହୋଇ କାର ଦୁର୍ଘଟଣା ଗ୍ରସ୍ତ :ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ରାଣୀବନ୍ଦରେ ବାବା ଢ଼ାବା ନିକଟସ୍ଥ ୧୦ ନମ୍ବର ଜାତୀୟ ରାଜପଥର ଡିଭାଇଡର ଓ ଟ୍ରକରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି କାର । ରାଣୀବନ୍ଦ ବାଇପାସ ନିକଟରେ ଥିବା ୪ ଲାଇନ ରାସ୍ତାରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ନିଜର ଭୁଲ ଯୋଗୁଁ ଡିଭାଇଡରରେ ପିଟି ହୋଇ ଦୃଘଟଣାକୁ ଆମନ୍ତ୍ରଣ କରିଥିଲା l ରାଜଗାଙ୍ଗପୁର ପୌରାଞ୍ଚଳରୁ ରାଉରକେଲା ଅଭିମୁଖେ ଯାଉଥିବା ଓଆର ୧୪ ଡବ୍ଲୁ ୦୧୫୩ ନମ୍ବର ଟ୍ରକ ନିଜ ରାସ୍ତାରେ ଯାଉଥିବା ବେଳେ ରାଜଗାଙ୍ଗପୁର ରୁ ବାହାରି ରାଉରକେଲା ଆଡକୁ ଯାଉଥିବା ଓଡି ୨୩ ଏଚ ୯୧୮୪ ନମ୍ବର କାରଟି ସେହି ରାସ୍ତାରେ ଦ୍ରୁତ ଗତିରେ ଯାଇ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ଭାରସାମ୍ୟ ହରାଇ ହଠାତ ଡିଭାଇଡରେ ପିଟି ହୋଇ ଟ୍ରକ ସହ ଜୋରରେ ବାଡେଇ ହୋଇଥିଲା । ତେବେ କାରରେ ବସିଥିବା ସମସ୍ତ ଯାତ୍ରୀ ସୋଭାଗ୍ୟ ବଶତଃ ଅlଶନ୍ନ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଆଜିର ଏହି ଦୁର୍ଘଟଣାଟି ଏତେ ଜୋର ଥିଲା ଯେ ଡିଭାଇଡର ସହ କାରର ସମୁଖ ଭାଗ ସପୂର୍ଣ ଭାବେ ନଷ୍ଟ ହୋଇ ଯାଇଥିଲା । ଖବର ପାଇ ରାଜଗାଙ୍ଗପୁର ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଓ ଟ୍ରକକୁ ଜବତ କରିଥିଲେ l ଗମନା ଗମନର ସୁଭିଧା ପାଇଁ କାରଟିକୁ କ୍ରେନ ଯୋଗେ ରାସ୍ତା ଉପରୁ ହଟାଇ ଥିଲେ ,ତେବେ ପୋଲିଶର ତଦନ୍ତ ଜାରି ରହିଥିବା ଜଣା ପଡିଛି l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here