ପ୍ରାକ୍ ଗର୍ଭଧାରଣ ଓ ନିଦାନ ଅଧିନୀୟମ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ : ପୁରୀ

ପୁରୀ : ପ୍ରାକ୍ ଗର୍ଭଧାରଣ ଓ ନିଦାନ ଅଧିନୀୟମ କଡାକଡି ଭାବେ ଜିଲ୍ଲାରେ ପାଳନ କରାଯାଉଛି । ଏହି ଆଇନ ଅଧନସ୍ଥ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗର୍ଭ ନିରୂପଣକୁ ବେଆଇନ ଘୋଷଣା କରାଯାଇଥିବାରୁ ଜିଲ୍ଲାରେ ଏହାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭ ନିରୂପଣ ଉଦ୍ଦେଶ୍ୟ ରଖି ଅଲଟ୍ରାସାଉଣ୍ତ କରିବା ଏବଂ ଗର୍ଭବତୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ଲିଙ୍ଗ ସଂକ୍ରାନ୍ତୀୟ କୈଣସି ସୂଚନା ଗର୍ଭବତୀ କିମ୍ବା ସେମାନଙ୍କ ସଂପର୍କୀୟ ମାନଙ୍କୁ ପ୍ରଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ୨୦୧୧ ମସିହାରେ ନିମାପଡାରେ ଏକ ବେସରକାରୀ କ୍ଲିନିକରେ ବେଆଇନ ଭାବେ ଗର୍ଭ ନିରୂପଣ କରୁଥିବା ମାମାଲାରେ ଗତ ୪ ତାରିଖ ଦିନ ନିମାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସରକାରୀ ଡାକ୍ତର ଡଃ ବାଚସ୍ପତି ଦାଶଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ତିତ କରିଛନ୍ତି । ଏପରିକି ବିଭିନ୍ନ ବ୍ଲକ ଅଞ୍ଚଳରେ ଲିଙ୍ଗ ଅନୁପାତ ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା ସହ ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କ ସେବା ଉପଯୋଗ କରିବାକୁ ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ୍ଓ ଟି. ନାରାୟଣ ରାଓ, ସମାଜ ସେବୀ ଶ୍ରୀମତୀ ମିନାକ୍ଷୀ ପୃଷ୍ଟି , ଶ୍ରୀ ସିଦ୍ଧାର୍ଥ ରାୟ, ଆଇନଜିବୀ ଶ୍ରୀ ରମା ଶଙ୍କର ପାତ୍ର, ରୋଟାରୀ କ୍ଲବର ଶ୍ରୀ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here