ନିଆଁ ଲାଗି ଜଳି ଗଲା ୩ ଟି ଧାନ ଗଦା :ନବରଙ୍ଗପୁର

ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜୁନାପାଣି ଗ୍ରାମପଞ୍ଚାୟତ ଅଧୀନ ବଡ କାମତା ଗ୍ରାମରେ ଗୁରୁବାର ଅପରାହ୍ନ ୩ ଘଣ୍ଟା ସମୟରେ ୩ ଟି ଧାନ ଗଦା ଓ ୨ ଟି ପାଳଗଦା ରେ ନିଆଁ ଲାଗି ପୋଡ଼ିଯାଇଛି | ଡାବୁଗାଁ ବ୍ଲକର ଜୁନାପାଣି ଗ୍ରାମପଞ୍ଚାୟତ ଅଧୀନ ବଡ କାମତା ଗ୍ରାମର ହର ପୂଜାରୀ, ସମାରୁ ଭତ୍ରା ଓ ବଳି ଭତ୍ରା ଙ୍କ ନିଜ ଜମିରେ ଚାଷ କରିଥିବା ଧାନ ଆଣି ଗୋଟିଏ ଖଳାରେ ଗଦା କରି ରଖିଥିଲେ | ଆଜି ଅପରାହ୍ନରେ ସେହି ଧାନ ଗଦାରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା | ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ | ତେଣୁ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ | ଦମକଳ ଗାଡି ପହଞ୍ଚିବା ବେଳକୁ ୮୫ % ଧାନ ପୋଡି ନଷ୍ଟ ହୋଇଯାଇଥିଲା | ଅଗ୍ନିସମ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ | ସମସ୍ତେ ଗରିବ ଚାଷୀ ହୋଇଥିବା ହେତୁ ଡାବୁଗାଁ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରି ଚାଷୀ ମାନଙ୍କୁ ସହାୟତା ପ୍ରଦାନ କଲେ ଚାଷୀ ମାନେ ଉପକୃତ ହେବେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here