ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାରେ ଟିଉସନ ମାଷ୍ଟର ଗିରଫ :ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା କୁଜଗଂ ଥାନା ମଗଂରାଜପୁର ଗ୍ରାମର ୧୪ବର୍ଷର ଦଶମ ଶ୍ରେଣିରେ ପାଠପଢୁଥିବା ନାବାଳିକା ଛାତ୍ରୀ କୁ ଟିଉସନ କରୁଥିବା ମାଷ୍ଟର ରଞନ ରାଉତ ବାରମ୍ବାର ଦୁଷ୍କର୍ମ କରି ନାବାଳିକା ଛାତ୍ରୀ କୁ ଗର୍ଭବତୀ କରିବା ଘଟଣା କୁଜଗଂ ଅନ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି । ମଙ୍ଗରାଜପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାଠ ପଢ଼ାଇବା ନାଁରେ ନାବାଳିକା ଛାତ୍ରୀଙ୍କୁ କରୁଥିଲେ ଯୌନ ଶୋଷଣ।
ଶିକ୍ଷକ କଂ ନାମରେ ପୁଣି କଳକଂ,ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ରଞନ ରାଉତ ଟିଉସନ କରି ଆସୁଥିବା ବେଳେ ଛାତ୍ରୀ ଜଣକ ତାଙ୍କ ପାଖରେ ମଧ୍ୟ ଟିଉସନ ହେବାକୁ ଯାଉଥିଲେ । ତେବେ ସମ୍ପୃକ୍ତ ଟିଉସନ ମାଷ୍ଟର ଜଣକ ତାଙ୍କ ସରଳତାର ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏ ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବା ସହ ତୋ ବାପାକୁ ମାରି ପଗୁଂ କରିବାକୁ ଧମକ ମଧ୍ୟ ଦେଇଥିଲେ ଟିଉସନ୍ ମାଷ୍ଟର । ଅନ୍ୟପଟେ ଛାତ୍ରୀ ଜଣକ ଭୟରେ କାହାକୁ କିଛି କହିନଥିଲେ । ଛାତ୍ରୀ ଜଣକ ଗର୍ଭବତୀ ହେବା ଜାଣି ଗତକାଲି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଛାତ୍ରୀକୁ କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ସ୍ଥାନୀୟ ଲୋକମାନେ । ଛାତ୍ରୀ ଜଣକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ପରିବାର ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା.ଏତେଲା ଆଧାରରେ କୁଜଙ୍ଗ ପୋଲିସ ସମ୍ପୃକ୍ତ ଟିଉସନ ମାଷ୍ଟର ରଞନକୁଂ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ଜଗତସିହପୂର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here