ଭିତରକନିକାର ଡାଙ୍ଗମାଳ ଠାରେ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଅରଣ୍ୟ ନିବାସକୁ ଭିଡିଓ-କନଫରେନ୍ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରାୟ ୨୦ ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଡାଙ୍ଗମାଳ ଠାରେ ଥିବା ପ୍ରାନ୍ଥ ନିବାସ ଆଜି ‘ଅରଣ୍ୟ ନିବାସ’ନାମରେ ଆତ୍ମପ୍ରକାଶ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ ର ଶୁଭ ଉଦଘାଟନ କରିଛନ୍ତି. ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ , ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବମହିଳା ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପଦେଷ୍ଟା ସୁଲଚନା ଦାସ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ବିଜେଡି ନେତ୍ରୀ ଏଲିନା ଦାଶ ଉପସ୍ଥିତ ଥିଲେ।ରାଜ୍ୟ ତଥା ରାଜ୍ୟ ବାହାର କିମ୍ବା ବିଦେଶୀ ପର୍ଯ୍ୟଟକଙ୍କ ହାତପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ଓ ରହଣୀ ସହ ସେମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ମନୋରମ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ ପ୍ରଦାନ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ୍ ସହାୟକ ହେବ । ଯେଉଁମାନେ ଭିତରକନିକାର ଅରଣ୍ୟ ନିବାସରେ ରାତ୍ରିଯାପନ କରିବାକୁ ଚାହୁଁଛନ୍ତି,ସେମାନେ ଏହି (www.panthanivas.com ) ୱେବସାଇଟ ନମ୍ବରେ ଆସନ୍ତାକାଲି ଠାରୁ ବୁକିଂ କରିପାରିବେ ।ବର୍ତ୍ତମାନ ଅରଣ୍ୟ ନିବାସରେ ମୋଟ୍ ୧୨ ଟି ରୁମ୍ ର ବ୍ୟବସ୍ଥା କରାଯାଇଛି । ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି ଯେଉଁଠି ଯେକୌଣସି ପର୍ଯ୍ୟଟକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ମଧ୍ୟ ଖାଇପାରିବେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here