ବାଲିପଦରରେ ବିଶ୍ୱକର୍ମା ସମାଜର ମିଳିତ ବୈଠକ : ଗଞ୍ଜାମ

ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବିଶ୍ୱକର୍ମା ଭବନ ଠାରେ ପୋଲସରା ମୁଠା ଓ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ତାଲୁକା ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ପରିଚାଳନାରେ ସଂପାଦକ ରତ୍ନାକର ମହାରଣା ପରିଚୟ ପ୍ରଦାନ ତଥା ସ୍ୱାଗତ ଅଭିଭାଷଣ ଦେଇଥିଲେ । ପୋଲସରା ସଭାପତି ମଦନ ମହାରଣା ଓ ସଂପାଦକ ବିକ୍ରମ ମହାରଣା ଅତିଥି ଭାବେ ଯୋଗଦାନ କରି ଉଭୟ ତାଲୁକା ମଧ୍ୟରେ କୌଳିକ ସଂପର୍କ ଅଧିକ ସୁଦୃଢ ପାଇଁ ମତ ରଖିଥିଲେ । ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରାଥମିକ ଦାୟିତ୍ୱ କୁଳ ସମାଜ ଗ୍ରହଣ କରିଥାଏ ବୋଲି ଉପସ୍ଥିତ ଉଭୟ ତାଲୁକାର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ଗୋପାଳକୃଷ୍ଣ ମହାରଣା (ମାଣିତରା), କୋଷାଧ୍ୟକ୍ଷ ଗଣପତି ମହାରଣା (ବୁଗୁଡା), ଉପଦେଷ୍ଟା ଦୁଃଖିଶ୍ୟାମ ମହାରଣା (ଆଦିପୁର), ଶିବରାମ ମହାରଣା (ନୂଆଁଗଡ), ହରିମୋହନ ମହାରଣା (ଜିରୁଳି) ପ୍ରମୁଖ ସହଯୋଗ କରିଥିବା ବେଳେ ତାଲୁକା ଉପଦେଷ୍ଟା ରାଜେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here