ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ : ନବରଙ୍ଗପୁର

ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ର  ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ  ଅତିଥି ଭାବରେ  ପୂର୍ବତନ ସାଂସଦ ପର୍ଶୁରାମ ମାଝୀ  ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପାର୍ଥି ଭାବେ ଲଢୁଆ ନେତା ପଦ୍ମନ ନାୟକ , ରାଜ୍ୟ କାର୍ଯ୍ୟ କାରୀଣି ସଭ୍ୟା ମନୋରମା ନାୟକ , ସଙ୍ଘ ବିଚାରକ ବିଦ୍ୟୁତ କୁମାର ପାତ୍ର  ବୋରିଗାଁ ମଣ୍ଡଳ ସଭାପତି ଭାସ୍କର ସୁନା  ପ୍ରମୁଖ ଯୋଗ ଦେଇ ବିଜେପି ଦଳର ସଂଗଠନ ମଣ୍ଡଳ ସ୍ତରରେ ମଜବୁତ କରିବା ପାଇଁ ବିଜେପି ର ନୀତି ନିୟମ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ଥିବା ସମସ୍ତ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ  ମଂଚ ପରିଚାଳନା  ବିଜେପିର ଜିଲା ଉପସଭାପତି ଜୟନ୍ତ କୁମାର ପାତ୍ର କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ଡାବୁଗାଁ ବ୍ଲକ ର ଦୁଇଟି ମଣ୍ଡଳ ଯଥା ଡାବୁଗାଁ ଓ ବୋରିଗାଁ ମଣ୍ଡଳ ର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ  ମଣ୍ଡଳର ଦିବାନ୍ ସିଂ,ନରେଶ କୁମାର ସିଂ,ମହେଶ ପାତ୍ର ଓ ବୋରିଗଁ। ମଣ୍ଡଳର ସତମନ ପୁଝାରୀ, ଦସମୁ କଲର,ରତନ କଲର   ଅଗ୍ରଣୀ କର୍ମୀ ଙ୍କ ସହଯୋଗ ରେ ସଫଳ ରୂପାୟନ ହୋଇଥିଲା।ଉକ୍ତ ପ୍ରଶିକ୍ଷଣ ଶିବିର  ତା୨୨/୧୨ ଓ ୨୩/୧୨ ଦୁଇଦିନ ଧରି ଚାଲିଵ ବୋଲି ମଞ୍ଚ ପରିଚାଳନା କରୁଥିବା ଜିଲ୍ଲା ଉପ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here