ମାଲବାହୀ ଟ୍ରେନ ଲାଇନଚ୍ୟୁତ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବଡ଼ିଭିଜନ ର ବିମଳାଗଡ଼ ରେଳ ଷ୍ଟେସନ ନିକଟରେ ରେଳ ଇଂଜିନ ପଚାଶ ବଗି ଠାରୁ ଅଲଗା ହୋଇ ଯାଇଥିବା ସୂଚନା ମିଳିଛି l ପ୍ରାପ୍ତ ସୂଚନା ଅନୁଯାଇ ମଙ୍ଗଳ ବାର ରାତି ପ୍ରାୟ ସାତଟା ସମୟରେ ବରସୁଆଁ ରେଳ ସାଇଡିଂ ରୁ ଲୌହ ଖଣିଜ ପଦାର୍ଥ ବୋଝେଇ ହୋଇ ଆସୁଥିବା ରେଳ ଡବା ଗୁଡିକ ଗଗନlପୋଷ ନିକଟରେ କୈଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରେଳ ଇଂଜିନ ରେ ଲାଗିଥିବା ପାଖା ପାଖି ପଚାଶ ବଗି ରୁ ଇଂଜିନ ଅଲଗା ହୋଇ ଆଗକୁ ଅନିୟନ୍ତ୍ରିତ ହୋଇ ମାଡି ଯାଇଥିଲl l ଯାହା ଫଳ ରେ ଠିଆ ହୋଇଥିବା ଅନ୍ୟ ଟ୍ରେନ ଉପରେ ମାଡି ଯାଇଥିଲା l ଫଳରେ ଇଂଜିନ ଗୁଡିକ ଭାରସାମ୍ୟ ହରାଇ ଢଳି ପଡିଥିଲା l ଫଳରେ ଟ୍ରେନ ରେ କାର୍ଯ୍ୟରତ ଜଣେ ଚେତା ଶୂନ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡିଛି l ବରସୁଆଁ, ରେଞ୍ଜଡା, ପଟାସାହି, ରକ୍ସି ଆଦି ରେଳ ସାଇଡିଂ କୁ ରେଳ ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି lଏହି ଘଟଣା ଘଟିଥିବା ପାଖ ଗ୍ରାମ ର ଲୋକ ମାନେ ସେଠାରେ ପହଂଚି ରେଳ ବିଭାଗ କର୍ମ ଚାରୀ ଙ୍କୁ ଖବର ଦେଇଥିଲେ l ଘଟଣା ସ୍ଥଳ ରେ ପୋଲିସ ଏବଂ ରେଳ ବିଭାଗ ପକ୍ଷରୁ ତଦନ୍ତ ସହିତ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଜଣା ପଡିଛି

ସୁନ୍ଦରଗଡ଼ ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here