କେନ୍ଦ୍ରାପଡା ଗ୍ରସ୍ଥରେ ପୂର୍ବାଞ୍ଚଳ ଏବଂ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ସଭାରେ ଯୋଗଦାନ :କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଗ୍ରସ୍ଥରେ ପୂର୍ବାଞ୍ଚଳ ଆରଡିସି ଶ୍ରୀଯୁକ୍ତ ଅନୀଲ୍ କୁମାର ସାମଲ ଆସି ପୂର୍ବାହ୍ନ ୧୨ଘଟିକା ସମୟରେ ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ପ୍ରକୋଷ୍ଠ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆୟୋଜିତ ଏକ ସଭାରେ ମୂଖ୍ଯ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ତତ୍ୱାବଧାନରେ ଦୀର୍ଘ ୨ଘଣ୍ଟା ଧରି ଏହି ରିଭ୍ୟୁ ମିଟିଂଗ୍ ବା ସଭା କାର୍ଯ୍ୟ ଚାଲୁ ରହିଥିଲା । ଯାହା ଖବର ନେବାରୁ ଜଣାପଡିଛି । ଏହା ଆରଡିସିଙ୍କ ବ୍ୟକ୍ତିଗତ ବାର୍ଷିକ ଇନିସିପେକସନ୍ ଥିଲା । ବିଶେଷକରି କେନ୍ଦ୍ରାପଡା କଲେକ୍ଟୋରେଟରେ ଯାହା ଯାହା ସବୁ ଆକ୍ଟିଭିଟି ବା କାର୍ଯ୍ୟକ୍ରମ କରାଯାଉଛି । ତାହା ସବୁ ଏହି ରିଭ୍ୟୁ ମିଟିଂଗ୍ ମାଧ୍ୟମରେ ପୂଣ୍ନର୍ବାର କିପରି ଇନକ୍ୱାରୀ କରାଯାଇ ସୁଚାରୁ ରୂପେ କାର୍ଯ୍ୟକ୍ରମ ଗୁଡିକୁ ସଂମ୍ପାଦନ କରାଯାଇ ପାରିବା ସଂଗେ ସଂଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକ ମାନଙ୍କର ସମସ୍ୟା ଗୁଡିକୁ ଦୂର କରାଯାଇ ପାରିବ, ସେ ବିଷୟରେ ଉପସ୍ଥିତ ଉଚ୍ଚ ପଦାଧିକାରୀ ଯଥା-ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଂକର ମହାପାତ୍ର, ପିଡି.ଡି.ଆର.ଡିଏ ଶ୍ରୀଯୁକ୍ତ ଦିଲ୍ଲୀପ୍ କୁମାର ପରିଡା, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବିରଜା ରାଉତରାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ଉଚ୍ଚ କର୍ତ୍ତୃପକ୍ଷ ମାନଙ୍କ ସହିତ ବିଷଦଭାବେ ଆଲୋଚନା କରିଥିଲେ । ରେଭେନ୍ୟୁ ସୋରସ୍ କେମିତି କଣ ସବୁ ଜିଲ୍ଲାରେ ରହିଛି । ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କ୍ରମ କେମିତି ସବୁ ଜିଲ୍ଲାରେ ଚାଲିଛି ଏବଂ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଫିସର ବା ପଦାଧିକାରୀ ମାନଙ୍କ କୋର୍ଟରେ ରେଭେନ୍ୟୁ କେସ୍ ଗୁଡିକର ଡିସ୍ପୋଜାଲ୍ ସବୁ କେମିତି ଚାଲୁଛି । ଏସି, ଏସ୍.ଟି ହଷ୍ଟେଲଠାରୁ ଆରମ୍ଭ କରି ମଧୁବାବୁ ପେନସନ୍ ଓ ଅନ୍ୟାନ୍ୟ ସୋସିଆଲ୍ ସିକ୍ୟୁରିଟି ସ୍କିମ୍ ବା ରେଭେନ୍ୟୁ ସ୍କିମ୍ ଯଥା – ବିଭିନ୍ନ ଯାଗାରେ ରହିଥିବା ଅଂଗନୱାଡି ସେଣ୍ଟର ଓ ବିଭିନ୍ନ କନଷ୍ଟ୍ରକସନ୍ କାର୍ଯ୍ୟ ଗୁଡିକ ସବୁ ଠିକ୍ ଠାକ୍ ଚାଲିଛିକି ନାହିଁ ସେସବୁ ବିଷୟରେ ଜିଲ୍ଲାପାଳଙ୍କୁ ପଚାରି ବୁଝିଥିଲେ ଏବଂ ବିଭିନ୍ନ ଅଫିସର ଅଫିସର ମାନଙ୍କର ଇନିସ୍ପେକସନ୍ ସବୁ ଠିକ୍ ଠାକ୍ ଚାଲିଛିକି ନାହିଁ ଶୁଣିବା ପରେ ଆରଡିସି ମହୋଦ୍ୱୟ ଶ୍ରୀଯୁକ୍ତ ସାମଲ ଜାଣିବାକୁ ପାଇଥିଲେ ଯେ-କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାରେଥିବା ସମସ୍ତ ଅଫିସ୍ ଓ କାର୍ଯ୍ୟାଳୟ ମାନଙ୍କରେ ଆପାତତଃ ସମସ୍ତ କାର୍ଯ୍ୟକ୍ରମ ଓ କାର୍ଯ୍ୟାବଳୀ ଠିକ୍ ଠାକ୍ ଚାଲୁ ରହିଛି ବୋଲି ଗଣ ମାଧ୍ୟମକୁ ମାନନୀୟ ଆରଡିସି ସୂଚନା ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here